ଅମରାବତୀ : ଜନ ସେନା ପାର୍ଟି (ଜେଏସ୍ପି) ଅଧ୍ୟକ୍ଷ ତଥା ଅଭିନେତା ପବନ କଲ୍ୟାଣଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ଆନ୍ଧ୍ର ପ୍ରଦେଶ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏ ନେଇ ରାଜ୍ୟର ସ୍ପେଶାଲ୍ ଚିଫ୍ ସେକ୍ରେଟାରୀ ସରକାରୀ ଆଦେଶ ଜାରି କରିଛନ୍ତି । ଜୁଲାଇ ୯ ତାରିଖରେ ପବନ କଲ୍ୟାଣ ସ୍ୱୟଂସେବକଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କ ତସ୍କରୀରେ ୱାର୍ଡ ଏବଂ ଗ୍ରାମ ସ୍ୱୟଂସେବକଙ୍କ ହାତ ଥିବା ସେ ଅଭିଯୋଗ କରିଥିଲେ ।