ପଟ୍ଟାଙ୍ଗି: ବାରମ୍ବାର ବିରୋଧ ଓ ପ୍ରତିବାଦ ସତ୍ତ୍ୱେ ଓଡ଼ିଶା ପିଛା ଛାଡ଼ୁନି ଆନ୍ଧ୍ର ପ୍ରଦେଶ । କିଛି ଦିନର ନୀରବତା ପରେ ପୁଣି ଥରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ପଞ୍ଚାୟତ ନେରିଡିବାଳସା ଠାରେ ଆନ୍ଧ୍ର ପ୍ରଦେଶର ସରକାରୀ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ସରକାରୀ ଯୋଜନା ଜଗନ ସୁରକ୍ଷା ସ୍କିମରେ ବଂଚିତ ହୋଇଥିବା ଲୋକଙ୍କୁ କିପରି ପୁଣିଥରେ ସାମିଲ କରାଯାଇପାରିବ ତାକୁ ନେଇ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକର ଆୟୋଜନ କରିଛି । ଏଥି ସହିତ ଏଠାକାର ଲୋକଙ୍କୁ ଯୋଜନାରେ କିପରି ସାମିଲ କରାଯିବ ଏ ନେଇ ଆଲୋଚନା ହୋଇଛି । ଏଥିରେ ଆନ୍ଧ୍ର ଦ୍ୱାର ଥିବା ଗଂଜେଇପଦର ପଞ୍ଚାୟତ ଅଧିନରେ ଥିବା ଗଞ୍ଜେଇପଦର, କୋଟିଆ, ସେମ୍ବୀ, ଧୂଳିପଦର ପ୍ରଭୁତି ଗ୍ରାମର ଲୋକେ ଯୋଗ ଦେଇଥିଲେ । ସାଲୁର ଏମ୍ପିଡିଓ ତଥା ବିଡ଼ିଓ ରମା ଦେବୀ ଯୋଗ ଦେଇଥିଲେ । ସରକାରଙ୍କ ଯୋଜନା ସଂପର୍କରେ ସେ ଲୋକଙ୍କୁ ବୁଝାଇଥିଲେ । ଆନ୍ଧ୍ର ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ବ୍ରାମବାସୀଙ୍କୁ ପୁଣି ଥରେ ଯୋଜନାର ଲାଭ ଉଠାଇବାକୁ କହିବା ସହ ବିଭିନ୍ନ କିଟ୍ ବଣ୍ଟନ କରିଥିଲେ ।