19.1 C
Bhubaneswar
Thursday, November 28, 2024
Homeଓଡିଶାମଣିପୁର ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଆସନ୍ତା କାଲି ପର୍ଯ୍ୟନ୍ତ ଉଭୟ ଗୃହ...

ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଆସନ୍ତା କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ସଂସଦ ଅଧିବେଶନର ପ୍ରଥମ ଦିନରେ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ବିରୋଧୀଦଳମାନେ ମଣିପୁର ଘଟଣା ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରିଥିଲେ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏସବୁକୁ ନଜରରେ ରଖି ବାଚସ୍ପତି ପ୍ରଥମେ ଦିନ ୨ଟା ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ କରିଥିବା ବେଳେ ୨ଟା ପରେ ସଂସଦରେ ସମାନ ପରିସ୍ଥିତି ଦେଖାଦେବାରୁ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।
ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟସଭା ଓ ଲୋକସଭାରେ ଦିନ ୧୧ ଟା ବେଳେ ବୈଠକ ଆରମ୍ଭ ହୋଇଥିଲା । ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ ପ୍ରଥମେ ନୂଆ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ଉଭୟ ସଦନରେ ଦିବଗଂତ ସଦସ୍ୟମାନଙ୍କୁ ସମ୍ମାନ ଜଣାଇ ନିରବ ପ୍ରାର୍ଥନା କରିଥିଲେ ସଦସ୍ୟମାନେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking