27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଜମାକାରୀଙ୍କୁ ମିଳିବ ସାହାରା ଟଙ୍କା : ଅମିତ୍ ଶାହ କରିବେ ରିଫଣ୍ଡ ପୋର୍ଟାଲର ଉଦଘାଟନ, ଜାଣନ୍ତୁ...

ଜମାକାରୀଙ୍କୁ ମିଳିବ ସାହାରା ଟଙ୍କା : ଅମିତ୍ ଶାହ କରିବେ ରିଫଣ୍ଡ ପୋର୍ଟାଲର ଉଦଘାଟନ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ:ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା । ଦୀର୍ଘ ଦିନ ପରେ ସୃଷ୍ଟି ହୋଇଛି ଏହି ଆଶା । କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରୁଛନ୍ତି ବ୍ୟବସ୍ଥା । ଆଜି ଗୃହମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିବେ । ଦିଲ୍ଲୀରେ ଅଟଳ ଉର୍ଜା ଭବନରେ ଏହାର ଶୁଭାରମ୍ଭ ହେବ । ଉନ୍ମୋଚନ ହେବାକୁ ଥିବା ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଉଲ୍ଲେଖ ରହିଛି । ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ ।
ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି । ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ଜମାକାରୀ ଟଂକା ଫେରିପାଇ ନାହାନ୍ତି । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମା କରିଛନ୍ତି । କିଭଳି ବୁଡି ଯାଇଥିବା ଟଙ୍କା ଫେରିପାଇବେ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଅପିଲ କରିଥିଲେ । ଏହାପରେ କେନ୍ଦ୍ର ସରକାର ଏହି ରିଫଣ୍ଡ ପୋର୍ଟାଲ ବାବଦରେ ନିଷ୍ପତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking