32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୋପାଳ: ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ । ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-୧୪ ବଗିରେ ନିଆଁ ଲାଗିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କୌଣସି କ୍ଷୟକ୍ଷତି ହୋଇନାହିଁ । ଏକ ବଡ ଅଘଟଣ ଟଳିଯାଇଛି । ଯାଞ୍ଚ ପରେ ଟ୍ରେନ ଚଳାଚଳ ହେବ ବୋଲି ଭାରତୀୟ ରେଲୱେ ପକ୍ଷରୁ ସୂଚନା ମିଳିଛି ।

ସକାଳୁ ରାନି କମଳାପତି ଷ୍ଟେସନରୁ ବନ୍ଦେ ଭାରତ ଟ୍ରେନ ଛାଡିଥିଲା । କୁରୱାଇ କେଥୋରା ଷ୍ଟେସନରେ ଅଚାନକ ଟ୍ରେନର ସି-୧୪ ବଗିରେ ନିଆଁ ଲାଗିଥିଲା । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେହି ଯାତ୍ରୀ ଆହତ ହୋଇନାହାନ୍ତି । ନିଆଁ କେବଳ ବ୍ୟାଟେରୀ ବକ୍ସରେ ଲାଗିଥିଲା । ଯାଞ୍ଚ ପରେ ଶୀଘ୍ର ଟ୍ରେନ ଚାଲିବ ବୋଲି ଭାରତୀୟ ରେଳୱେ ପକ୍ଷରୁ ସୂଚନା ମିଳିଛି ।

ନିଜାମୁଦ୍ଦିନ ଯାଉଥିବା ବନ୍ଦେ ଭାରତ ଟ୍ରେନ ନମ୍ବର ୨୦୧୭୧ ସକାଳ ୫ଟା ୪୦ରୁ ରାନି କମଳାପତି ଷ୍ଟେସନରୁ ବାହାରିଥିଲା । ଯାତ୍ରୀଙ୍କ ସୂଚନା ଅନୁସାରେ ନିଆଁ ବ୍ୟାଟେରୀରୁ ଲାଗିଛି । ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ଟ୍ରେନକୁ ଅଟକା ଯାଇ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଓହ୍ଲାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking