23.1 C
Bhubaneswar
Friday, November 22, 2024
Homeଓଡିଶା+୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ; ପ୍ରଥମ ଦିନ ୭ ହଜାର ୨୧ ନାମ ଲେଖାଇଲେ

+୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ; ପ୍ରଥମ ଦିନ ୭ ହଜାର ୨୧ ନାମ ଲେଖାଇଲେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ +୩ ତିନି(ୟୁଜି) ନାମଲେଖା ଶନିବାର ଠାରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ନାମଲେଖା ପାଇଁ ୨ଲକ୍ଷ ୭୦ ହଜାର ୫୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୪ ହଜାର ୧୯୫ ଜଣ ମନୋନୀତ ହୋଇଛନ୍ତି । ତେବେ ପ୍ରଥମ ଦିନ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ୭ ହଜାର ୨୧ ଜଣ ନାମଲେଖାଇଛନ୍ତି । କଳାରେ ସର୍ବାଧିକ ୧ ଲକ୍ଷ ୮ହଜାର ୪୮୩ଜଣ ନାମଲେଖା ପାଇଁ ମନୋନୀତ ହୋଇଥିବା ବେଳେ ପ୍ରଥମ ଦିନ ୪ ହଜାର ୭୧୨ ନାମଲେଖାଇଛନ୍ତି ।

ସେହିଭଳି ସେଲ୍ଫ ଫାଇନାନ୍ସରେ ୧୩୬୭ଜଣଙ୍କ ମଧ୍ୟରୁ ୫୭, ବାଣିଜ୍ୟରେ ୧୭,୨୧୭ ମନୋନିତଙ୍କ ମଧ୍ୟରୁ ୮୮୨, ଫିଜିକାଲ୍ ସାଇନ୍ସରେ ୨୪,୩୩୯ ମନୋନୀତଙ୍କ ମଧ୍ୟରୁ ୭୭୫, ବାୟୋଲୋଜିକାଲ୍ ସାଇନ୍ସରେ ୧୮,୯୧୯ ମୋନାନୀତଙ୍କ ମଧ୍ୟରୁ ୫୨୩ଜଣ ଓ ଶାସ୍ତ୍ରୀରେ ୭୨ ଜଣଙ୍କୁ ମିଶାଇ ମୋଟ ୭ ହଜାର ୨୧ ଜଣ ନାମଲେଖାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ପିଲାଙ୍କ ନାମଲେଖା ଜୁଲାଇ ୧୫ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ପ୍ରତିଦିନ ନାମ ଲେଖା ସକାଳ ୯ଟାରୁ ୫ଟା ମଧ୍ୟରେ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ଜୁଲାଇ ୨୭ ତାରିଖରେ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୯ରୁ ୩୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ମୋଟ୍ ୬ଟି ପର୍ଯ୍ୟାୟରେ ପିଲାଙ୍କ ନାମଲେଖା ପ୍ରକ୍ରିୟା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking