28.1 C
Bhubaneswar
Sunday, November 17, 2024
Homeଓଡିଶା୬ ଟ୍ରେନି ଆଇଏଏସ୍ ଅଧିକାରୀଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ

୬ ଟ୍ରେନି ଆଇଏଏସ୍ ଅଧିକାରୀଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୬ଜଣ ଟ୍ରେନି ଆଇଏଏସ୍ ଅଧିକାରୀ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ତାଲିମ ନେଉଥିବା ଏହି ପ୍ରଶାସନିକ ଅଧିକାରୀ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) କାର୍ଯ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ସ୍ତରରେ ରୂପାୟନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଅବଗତ କରାଇଥିଲେ । ଏହାସହ ଶ୍ରୀ ଶାହା ସେମାନଙ୍କୁ ପ୍ରଶାସନିକ ଶାସନ ବ୍ୟବସ୍ଥା ବିଷୟରେ ପରାମର୍ଶ ଦେଇଥିଲେ ।

ଟ୍ରେନି ଆଇଏଏସ୍ ଅଧିକାରୀମାନେ ଚନ୍ଦ୍ରଶେଖରପୁରଠାରେ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପରିଦର୍ଶନ କରିଥିଲେ । ସେଠାରେ ସେମାନେ ପିଲାମାନଙ୍କ ସହ ଆଲୋଚନା କରିଥିଲେ । ୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୋ ସ୍କୁଲ ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ, ସମଗ୍ର ଶିକ୍ଷା, ମଧ୍ୟାହ୍ନ ଭୋଜନ ଆଦି କାର୍ଯ୍ୟକ୍ରମର ବିସ୍ତୃତ ଧାରଣା ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଚଳିତ ଶିକ୍ଷାବର୍ଷରୁ ପ୍ରଚଳିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ବର୍ଗ ବିଷୟରେ ସେମାନଙ୍କୁ ଧାରଣା ପ୍ରଦାନ କରାଯିବା ସହ ୫-ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣର ସଫଳ ରୂପାୟନ ସମ୍ପର୍କରେ ଅବଗତ କରାଯାଇଥିଲା । ଏହାସହ ପ୍ରି-ସ୍କୁଲିଂ, ଏଫ୍‌ଏଲ୍‌ଏନ୍ ଓ ଭିଏସିକେ(ବିଦ୍ୟା ସମୀକ୍ଷା କେନ୍ଦ୍ର)ସମ୍ବନ୍ଧରେ ମଧ୍ୟ ପ୍ରାଥମିକ ଧାରଣା ପ୍ରଦାନ କରାଯାଇଥିଲା । ସୂଚନା ଥାଉକି ଓଡିଶା କ୍ୟାଡର ୨୦୨୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଧିନା ଦସ୍ତାର୍ଗି, ଧିମନ୍ ଚକ୍ମା, କୀରନ୍ ଦିପ୍ କାଉର ସାହୋତା, ପ୍ରଥମେଶ୍ ଅରବିନ୍ଦ୍ ରାଜେଶିର୍କେ, ରେହାନ୍ ଖତ୍ରି ଓ ରିନା ପ୍ରଧାନ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking