ନୂଆଦିଲ୍ଲୀ: ବନ୍ୟାରେ ବେହାଲ୍ ଦିଲ୍ଲୀରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଉତ୍ତର-ପଶ୍ଚିମ ଜିଲ୍ଲାର ମୁକୁନ୍ଦପୁରରେ ବନ୍ୟାପାଣିରେ ବୁଡ଼ି ତିନିଜଣ ବାଳକଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ପୁଲିସ ଶବ ପୋଷ୍ଟମର୍ଟମ କରାଇବା ପରେ ପରିବାରକୁ ପ୍ରଦାନ କରି ତଦନ୍ତ ଚଳାଇଛି । ବର୍ଷା ପରେ ଜମିଥିôବା ପାଣିରେ ତିନିଜଣ ଗାଧୋଇବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଘଟଣା ଅପରାହ୍ନ ତିନିଟା ବେଳର । ଗତ ଦୁଇଦିନ ଧରି ହୋଇଥିବା ବର୍ଷାରେ ମୁକୁନ୍ଦପୁରରେ ଏକ ପଡ଼ିଆ ପାଣିରେ ଭରପୂର ହୋଇଥିଲା । ତିନିଜଣ ଯାକ ବାଳକ ଏଥିରେ ଗାଧୋଇବାକୁ ଯାଇଥିଲେ । ପାଣିରେ ଖେଳୁଥିବା ବେଳେ ସେମାନେ ବୁଡ଼ିଯାଇଥିଲେ । ସୂଚନା ପାଇ ଜଣେ କନ୍ଷ୍ଟେବଳ ସେଠାରେ ପହଞ୍ଚି ସେମାନଙ୍କୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁଥିଲେ । ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା । ତିନିଜଣଙ୍କ ବୟସ ୧୩ରୁ ୧୪ ବର୍ଷ ମଧ୍ୟରେ ହେବ । ଏହାକୁ ନେଇ ମୃତକଙ୍କ ପରିବାରରେ ଶୋକୟ ଛାୟା ଖେଳିଯାଇଛି ।