ଜଳେଶ୍ୱର: ବିଦ୍ୟୁତ୍ ଆଘାତରେ ମା’-ପୁଅଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ଅନୁଯାୟୀ, ଭୋଗରାଇରେ ଘର କାମ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଘର କାମ କରୁଥିବା ସମୟରେ ପୁଅକୁ ବିଦୁତ୍ ଆଘାତ ଲାଗିଥିଲା । ମା’ ଦେଖି ପୁଅକୁ ବଞ୍ଚାଇବାକୁ ଆସି ତାଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା । ସ୍ଥାନୀୟଲୋକେ ଉଭୟ ମା’ ଓ ପୁଅଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।