ପାଟନା: ବିହାରରେ ପୁଣିଥରେ ଜଣେ ଝିଅକୁ ତାଙ୍କ ପରିବାର ଲୋକେ ଜିଅଁନ୍ତା ଶୁଦ୍ଧି ହୋଇଛନ୍ତି । ଏଥିପାଇଁ ପ୍ରଥମେ ତାଙ୍କର କୋକେଇ ସଜାଯାଇଥିଲା । ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏପରି ଘଟଣା ବିହାରର ପୁର୍ନିଆଠାରେ ଦେଖିବାକୁ ମିଳିଛି । ଝିଅଙ୍କ ପିତା ଏବଂ ଭାଇ ସେମାନଙ୍କ ଛାତିକୁ ପଥର କରି ଏସବୁ ରୀତିନୀତି କରିଥିଲେ । ବିବାହର ଗୋଟିଏ ମାସ ପୂର୍ବରୁ ଝିଅ ଏରି କରିଥିବାରୁ ପିତାଙ୍କୁ ଅପମାନ ଲାଗିଥିଲା । ତେଣୁ ସେ ରାଗି କି ଝିଅକୁ ଜିଅନ୍ତା ଶୁଦ୍ଧି ହୋଇପଡ଼ିଛନ୍ତି । ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପରିବାର ସଦସ୍ୟ ଝିଅର ଏକ କୁଶପୁତ୍ତଳିକା କରି କୋକେଇରେ ରଖିଥିଲେ । ଆଉ କହିଥିଲେ ଘର ଏବଂ ସମାଜ ପାଇଁ ସେମାନଙ୍କ ଝିଅ ଏବଂ ଭଉଣୀର ମୃତ୍ୟୁ ହୋଇଛି । ଭାଇ ପ୍ରଶାନ୍ତ ଜୁଇରେ ନିଆଁ ଲଗାଇଥିଲେ । ପ୍ରିୟଙ୍କାଙ୍କ ପିତା କିଶୋର ସିଂ କହିଛନ୍ତି, ତାଙ୍କ ଝିଅର ବିବାହ ଏକ ଭଲ ପରିବାରରେ ସ୍ଥିର ହୋଇଥିଲା ।
କିନ୍ତୁ ଜୁନ୍ ୨୭ରେ ଝିଅ ସ୍ନାତକୋତ୍ତର ମାର୍କ ସିଟ୍ ଆଣିବା ବାହାନା କରି ପୁର୍ନିଆ କଲେଜକୁ ଯାଇଥିଲେ, ସେଠାରୁ ସେ ଚମ୍ପାନଗରର ନିରଜଙ୍କ ସହ ଫେରାର ହୋଇଯାଇଥିଲେ । ସେ କହିଛନ୍ତି, ଯଦି ଯିବାର ଥିଲା ତେବେ ସେ ବିବାହ ପୂର୍ବରୁ କହିପାରିଥାନ୍ତେ । ବର୍ତ୍ତମାନ ଏହି ଲୋକମାନଙ୍କର ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ । ସେଥିପାଇଁ ସେ ପୂରା ପରିବାର ସହିତ ପ୍ରିୟଙ୍କାଙ୍କ ଜିଅଁନ୍ତା ଶୁଦ୍ଧି କର୍ମ ସାରିଛନ୍ତି । ପ୍ରିୟଙ୍କାଙ୍କ ମାମୁ କହିଛନ୍ତି, ତାଙ୍କ ମାତାପିତା ଝିଅ ଏବଂ ପୁଅକୁ ନିଜ ଜୀବନ ଅପେକ୍ଷା ଅଧିକ ଭଲ ପାଆନ୍ତି । କିନ୍ତୁ ପ୍ରିୟଙ୍କା ଆଜି ଯେଉଁଭଳି ଭାବରେ ତାଙ୍କ ମାତାପିତା ଏବଂ ପରିବାରର ନାକ କାଟିଛନ୍ତି, ସେପରି ପିଲାଙ୍କ ସହ ପରିବାର ଲୋକେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ । ସେଥିପାଇଁ ଆଜି ତାଙ୍କ କୋକେଇ ସଜାଇବା ପରେ ତାଙ୍କୁ ହିନ୍ଦୁ ରୀତିନୀତିରେ ଶବଦାହ କରାଯାଇଥିଲା । ଏବେ ମଧ୍ୟ ଶ୍ରାଦ୍ଧ କର୍ମ କରାଯିବ ।