18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସୋଫିଆନରେ ୩ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ଼

ସୋଫିଆନରେ ୩ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ଼

ଜମ୍ମୁ କାଶ୍ମୀର: ଦକ୍ଷିଣ କାଶ୍ମୀରରେ ୩ ପ୍ରବାସୀ ଶ୍ରମିକ (ଅଣ କାଶ୍ମୀର)ଙ୍କୁ ଗୁଳିମାଡ଼ ହୋଇଛି । ଜମ୍ମୁ କାଶ୍ମୀର ସୋଫିଆନ ଜିଲ୍ଲାର ଗାଗରାନ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ଆତଙ୍କୀଙ୍କ ଗୁଳିମାଡ଼ରେ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହିଛନ୍ତି ଡାକ୍ତର । ପୂର୍ବରୁ ଜମ୍ମୁ-କାଶ୍ମୀରରେ ପ୍ରବାସୀଙ୍କୁ ହତ୍ୟା କରାଯାଇଥିବାର ନଜିର ରହିଛି । ୨୦୨୧ ଅକ୍ଟୋବରରେ ମଧ୍ୟ ଘାଟି ଉପତ୍ୟକାରେ ପ୍ରବାସୀଙ୍କ ହତ୍ୟା କରାଯାଇଥିବାବେଳେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ।

ଆତଙ୍କୀଙ୍କ ହମଲାରେ ବିହାରର ଦୁଇ ପ୍ରବାସୀଙ୍କ ଜୀବନ ଯିବା ପରେ ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ ଭୟର ବାତାବାରଣ ଖେଳିଯାଇଥିଲା । ଅନ୍ୟ ରାଜ୍ୟର ଲୋକେ ନିଜ ରାଜ୍ୟକୁ ପଳାୟନ କରିଥିଲେ । ୨୦୨୧ ଅକ୍ଟୋବରରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ କାଶ୍ମୀରରେ ୧୧ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ । ଆଉ ଏହାର ଜବାବରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ଅପରେସନ ମଧ୍ୟ କରିଥିଲା । ଲଗାତାର ୧୩ ଦିନ ସେନା ପକ୍ଷରୁ ଅପରେସନ ହୋଇଥିବାବେଳେ ଏଥିରେ ୯ ଜଣ ଯବାନ ଦେଶ ପାଇଁ ସହିଦ ହୋଇଥିଲେ ।

ଘଟଣାକୁ ବର୍ଷେ ନପୁରୁଣୁ ପୁଣି ଥରେ ତାଣ୍ଡବ ରଚିଛନ୍ତି ଆତଙ୍କବାଦୀ । ସେହିପରି ପୂର୍ବରୁ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଅଗଷ୍ଟ ୨୦୨୨ରେ ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କୁ ଜାମ୍ମୁ କାଶ୍ମୀରର ବାନ୍ଦିପୁରରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଥିଲା । ବାନ୍ଦିପୁରର ସୋଡନାରା ସୁମ୍ବଲରେ ମଧ୍ୟରାତ୍ରିରେ ଏହି ଆକ୍ରମଣ ହୋଇଥିଲା । ଗୁଳିମାଡ଼ରେ ଆହତ ହୋଇଥିବା ମୋହଦ ଆମ୍ରେଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମଧ୍ୟରାତ୍ରିରେ ଆତଙ୍କବାଦୀମାନେ ବାଣ୍ଡିପୋରାର ସୋଡନାରା ସୁମ୍ବଲରେଶ୍ରମିକ ମୋହଦ ଆମ୍ରେଜ ଉପରେ ଅତର୍କିତ ଗୁଳି ଚଳାଇଥିଲେ । ଏହାସହ ଜାମ୍ମୁ କାଶ୍ମୀରର ରାଜୌରୀରେ ଥିବା ଏକ ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ ୪ ସୈନିକ ସହିଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking