28.1 C
Bhubaneswar
Thursday, September 19, 2024
Homeଓଡିଶା୧୩ ଓ ୧୪ରେ ଯୁକ୍ତଦୁଇ ଇନଷ୍ଟାଣ୍ଟ ପରୀକ୍ଷା, ଜାରି ହେଲା ମାର୍ଗଦର୍ଶିକା

୧୩ ଓ ୧୪ରେ ଯୁକ୍ତଦୁଇ ଇନଷ୍ଟାଣ୍ଟ ପରୀକ୍ଷା, ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର: ଜୁଲାଇ ୧୩ ଓ ୧୪ ତାରିଖରେ ଯୁକ୍ତଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପରୀକ୍ଷାର ସୁପରିଚଳାନା ପାଇଁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପରୀକ୍ଷା କେନ୍ଦ୍ରଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ପଶ୍ନପତ୍ର ସୁରକ୍ଷିତ ରଖିତ୍ୱା ଓ ପରୀକ୍ଷାକେନ୍ଦ୍ରରେ ସୁପରିଟେଣ୍ଟେଣ୍ଟ ନିଯୁକ୍ତି ନେଇ ଉଚ୍ଚ ମାଧ୍ୟମିକ ପରିଷଦ(ସିଏଚଏସଇ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ସେହିପରି ଏକ୍ସ ରେଗୁଲାର ଓ ରେଗୁଲାର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ପ୍ରଦାନରେ ଦ୍ୱନ୍ଦ୍ୱ ନରଖିବା ସିଏଚଏସଇ ପକ୍ଷରୁ ଅବଗତ କରାଯାଇଛି । ସିଏଚଏସଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟର ୩୨ ପରୀକ୍ଷା କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ ନିଯୁକ୍ତି କରାଯିବ । ତେବେ ଏଥିପାଇଁ ସିଏଚଏସଇ ପକ୍ଷରୁ କେତକ ସର୍ତ୍ତ ରଖାଯାଇଛି ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଜଣେ ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ତୁଲାଇବେ । ତେବେ ସଂପୃକ୍ତ ଶିକ୍ଷୟିତ୍ରୀ ବା ଶିକ୍ଷକଙ୍କ ପୁଅ, ଝିଅ, ସ୍ୱାମୀ, ସ୍ତ୍ରୀ, ଭାଇ ଓ ଭଉଣୀ କିମ୍ବା ଅତି ନିକଟ ସମ୍ପର୍କୀୟ ଉକ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉନଥିବା ସୁନିଶ୍ଚିତ କରିବାକୁ କୁହାଯାଇଛି । ତେବେ ପରୀକ୍ଷା ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପରେ ଅନ୍ୟାନ୍ୟ କାର୍ଯ୍ୟଭାର ରହୁଥିବାରୁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ନାହିଁ । ତେବେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପିଚ୍ଛା ୪୦ଟଙ୍କା ପୈଠ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସେହିପରି ପରୀକ୍ଷା ୨୦୨୦ ମଧ୍ୟରେ ପଞ୍ଜିକରଣ କରିଥିବା ପରୀକ୍ଷାର୍ଥୀଙ୍କୁ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଏବଂ ୨୦୨୧ ପରଠାରୁ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ପ୍ରଦାନ ପାଇଁ ସିଏଚଏସଇ ପକ୍ଷରୁ ଦର୍ଶାଯାଇଛି ।

ଏଥିରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନକରିବା ପାଇଁ ପରାମର୍ଶ ଦିଆଯାଇଛି । ମଙ୍ଗଳବାର ପରୀକ୍ଷାକେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚତ୍ଥିବାବେଳେ ଏହାକୁ ଷ୍ଟ୍ରଙ୍ଗରୁମ୍‌ରେ ସିସିଟିଭି ନଜରରେ ରଖାଯିବ । ସେହିପରି ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ପ୍ରତ୍ୟେକ ପରୀକ୍ଷାକେନ୍ଦ୍ରରେ ସିସିଟିଭି ବନ୍ଦୋବସ୍ତ କରାଯାଉଛି । ତେବେ ସିଏଚଏସଇ ୱେବସାଇଟରେ ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ୍ କାର୍ଡ ମଧ୍ୟ ଉପଲବ୍ଧ ହୋଇଥିବା ଆବେଦନକାରୀଙ୍କୁ ସୂଚନା ଦିଆଯାଇଛି । ସେହିପରି ପରୀକ୍ଷାରେ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହଁ ବୋଲି ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking