27.1 C
Bhubaneswar
Friday, September 20, 2024
Homeଅପରାଧବସ୍ ମାଲିକଙ୍କୁ ଦାଦାବଟି ମାଗି ବନ୍ଧା ହେଲେ ଯୁବକ

ବସ୍ ମାଲିକଙ୍କୁ ଦାଦାବଟି ମାଗି ବନ୍ଧା ହେଲେ ଯୁବକ

ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଦାଦା ବଟି ମାଗିବା ଅଭିଯାଗେର ଭରତପୁର ଥାନା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବରମୁଣ୍ଡା ଗାଁର ପ୍ରସନ୍ନ ସେନାପତି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଶ୍ରୀହରି ପ୍ରଧାନ ସାଇଶଙ୍କର ବସର କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି । ଉକ୍ତ ବସଟିକୁ ସେ ନିୟମିତ ଭାବେ ବରମୁଣ୍ଡା ବସ-ଷ୍ଟାଣ୍ଡରେ ଏକ ନିଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରିଥାନ୍ତି ।

ଗିରଫ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ବରମୁଣ୍ଡା ବସ-ଷ୍ଟାଣ୍ଡକୁ ନିୟମିତ ଭାବେ ଯାଇ ତାଙ୍କୁ ଦିନକୁ ୧୦୦୦ ଟଙ୍କା ଦାଦାବଟି ଦେବାପାଇଁ ଦାବି କରନ୍ତି । ଗତ ୮ ତାରିଖ ଦିନ ଅଭିଯୁକ୍ତ ଏବଂ ତାଙ୍କର ୭ ରୁ ୮ ଜଣ ସହେଯାଗୀ ସେଠାରେ ପହଞ୍ଚି ଅଭିଯୋଗକାରୀଙ୍କୁ ଦାଦାବଟି ମାଗିଥିଲେ । ଅଭିଯୋଗକାରୀ ଦାଦାବଟି ଦେବା ନିମେନ୍ତ ମନା କରିବାରୁ ଅଭିଯୁକ୍ତ ମାନେ ହଠାତ ତାଙ୍କୁ ଏକ ଲୁହାଛଡ ସାହାର୍ଯ୍ୟର ଆକ୍ରମଣ କରିବା ସହିତ ପାଖେର ଥିବା ୬,୪୦୦ ଟଙ୍କା ଲୁଟି ନେଇଥିଲେ । ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପେର ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।ଅଭିଯୁକ୍ତଙ୍କ ନାମରେ ଖଣ୍ଡଗିରୀ ଥାନାରେ ପୂବର୍ରୁ ମଧ୍ୟ ୩ ଗୋଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking