32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ, ଶରଦ ଓ ଅଜିତ ପୱାର; ଅଗଷ୍ଟ ୧ରେ ପୁଣେରେ...

ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ, ଶରଦ ଓ ଅଜିତ ପୱାର; ଅଗଷ୍ଟ ୧ରେ ପୁଣେରେ ହେବ କାର୍ଯ୍ୟକ୍ରମ

ପୁଣେ: ମହାରାଷ୍ଟ୍ରରେ ଗତ କିଛିଦିନ ହେଲା ବିଜେପି ଓ ଏନ୍‌ସିପି ମଧ୍ୟରେ ନିକଟତା ଏବଂ ଦୂରତା ଉଭୟ ଦେଖିବାକୁ ମିଳିଛି । ଅଜିତ୍ ପୱାର୍ ଗୋଷ୍ଠୀ ବିଜେପି ସହିତ ହାତ ମିଳାଇଥିବା ବେଳେ ଶରଦ ପୱାର ଗୋଷ୍ଠୀ ମେଣ୍ଟ ସରକାର ବିରୋଧରେ ଆନ୍ଦୋଳନ ଚଳାଇଛି । ଏ ସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶରଦ ପୱାର ଏବଂ ଅଜିତ ପୱାର୍‌ଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀଙ୍କ ଅଗଷ୍ଟ ୧ ତାରିଖରେ ପୁଣେରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ ।

ଏହି କାର୍ଯ୍ୟକ୍ରମର ଆୟୋଜକ ଶରଦ ପୱାର୍‌ଙ୍କୁ ମୁଖ୍ୟଅତିଥି ଭାବେ ଆମନ୍ତ୍ରଣ କରିଥିବା ବେଳେ ତାଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର୍ ଅତିଥି ତାଲିକାରେ ସାମିଲ ଅଛନ୍ତି । ଏହି କାର୍ଯ୍ୟକ୍ରମ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ୍ (ହିନ୍ଦ୍ ସ୍ୱରାଜ ସଂଘ) ପକ୍ଷରୁ ଆୟୋଜିତ କରାଯାଉଛି । ଟ୍ରଷ୍ଟ୍ ଅଧ୍ୟକ୍ଷ ଦୀପକ ତିଳକ କହିଛନ୍ତି, ଅଗଷ୍ଟ ୧ରେ ଲୋକମାନ୍ୟ ତିଳକଙ୍କ ୧୦୩ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ । ସେ କହିଛନ୍ତି, ଉତ୍ତମ ନେତୃତ୍ୱ ଏବଂ ନାଗରିକଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମଧ୍ୟ ଅତିଥି ତାଲିକାରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking