32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶକୁନୋରେ ଆଉ ଏକ ଚିତା ମୃତ

କୁନୋରେ ଆଉ ଏକ ଚିତା ମୃତ

ଭୋପାଳ: ମଧ୍ୟପ୍ରଦେଶର କୁନୋ ନାସ୍‌ନାଲ୍ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମଙ୍ଗଳବାର ତେଜସ୍ ନାମକ ଅଣ୍ଡିରା ଚିତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ସକାଳ ୧୧ଟା ବେଳେ ପାର୍କ ଭିତରେ ତେଜସ୍‌କୁ ଆହତ ଅବସ୍ଥାରେ ମନିଟରିଂ ଟିମ୍ ପାଇଥିଲା । ତା’ ବେକରେ ଆଘାତ ଚିହ୍ନ ଥିଲା ।

ଏହି ଖବର ପାଳପୁର ମୁଖ୍ୟାଳୟର ଡାକ୍ତରଙ୍କୁ ଦିଆଯିବ ପରେ ଡାକ୍ତର ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରିବା ପରେ ତାକୁ ସେଠାରୁ ହସ୍ପିଟାଲ୍ ନେଇଥିଲେ । ତେବେ ଚିକିତ୍ସା ବେଳେ ଅପରାହ୍ଣ ୨ଟା ବେଳେ ତେଜସ୍ ପ୍ରାଣ ହରାଇଥିଲା । ତେଜସ୍‌ର ଆଘାତର ସନ୍ଧାନ ନିଆଯାଉଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡ଼ିବ । ରିପୋର୍ଟ ଅନୁସାରେ ନାମ୍ବିୟାରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ ଚିତା ଏବଂ ୩ ଶାବକଙ୍କ ମୃତ୍ୟୁ ହୋଇସାରିଛି । ଏହା ପୂର୍ବରୁ ଏପ୍ରିଲ୍‌ରେ ୬ ବର୍ଷର ଚିତା ଉଦୟର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking