29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶନସିରୁଦ୍ଦିନ ଶାହଙ୍କ କନ୍ୟାଙ୍କ ଜନ୍ମ ସାର୍ଟିଫିକେଟ୍ ଅଟକାଇଲେ ଏସ୍‌ଡିଏମ୍‌

ନସିରୁଦ୍ଦିନ ଶାହଙ୍କ କନ୍ୟାଙ୍କ ଜନ୍ମ ସାର୍ଟିଫିକେଟ୍ ଅଟକାଇଲେ ଏସ୍‌ଡିଏମ୍‌

ଆଲିଗଡ: ବଲିଉଡ୍ ଅଭିନେତା ନସିରୁଦ୍ଦିନ୍ ଶାହଙ୍କ ଜ୍ୟେଷ୍ଠାକନ୍ୟା ହିବାଙ୍କ ଜନ୍ମ ସାର୍ଟିଫିକେଟ୍ ଜାରି କରିବାକୁ ଆଲିଗଡ଼ ଏସ୍‌ଡିଏମ୍ ମନା କରିଦେଇଛନ୍ତି । ଏସ୍‌ଡିଏମ୍ କହିଛନ୍ତି, ଯଦି ତାଙ୍କର ସାର୍ଟିଫିକେଟ୍ ଆବଶ୍ୟକ ତେବେ କୌଣସି ରକ୍ତ ସମ୍ପର୍କୀୟ ଏଠାକୁ ଆସି ଆବେଦନ କରିବାକୁ ପଡ଼ିବ । ଏହା ସହିତ ୫୩ ବର୍ଷ ପରେ ଜନ୍ମ ସାର୍ଟିଫିକେଟ୍‌ର ଆବଶ୍ୟକତା କାହିଁକି ପଡ଼ିଲା ତାହାର କାରଣ ଜଣାଇବାକୁ ହେବ। ନସିରୁଦ୍ଦିନ ଶାହ ଆଲିଗଡ଼ ମୁସ୍‌ଲିମ୍ ୟୁନିଭର୍ସିଟି (ଏଏମ୍‌ୟୁ)ର ଜଣେ ପ୍ରଫେସର ବନ୍ଧୁଙ୍କ ଜରିଆରେ ହିବାଙ୍କ ଜନ୍ମ ସାର୍ଟିଫିକେଟ୍ ପାଇଁ ନଗର ନିଗମରେ ଆବେଦନ କରିଥିଲେ । ଏଥିରେ ସେ ଜଣାଇଥିଲେ, ୧୯୭୦ ଅଗଷ୍ଟ ୨୦ ତାରିଖରେ ଆଲିଗଡ଼ର ଟିକାରାମ ନର୍ସିଂ ହୋମ୍‌ରେ ହିବାଙ୍କ ଜନ୍ମ ହୋଇଥିବାରୁ ସାର୍ଟିଫିକେଟ୍ ଜାରି କରାଯାଉ ।

ଆଡିସନାଲ୍ ମ୍ୟୁନିସିପାଲ୍ କମିଶନର୍ କହିଛନ୍ତି, ଏହି ସାର୍ଟିଫିକେଟ୍ ପ୍ରାୟ ୫୩ ବର୍ଷ ପରେ ମଗାଯାଇଥିବାରୁ ନିୟମ ଅନୁସାରେ ନଗର ନିଗମ ଏସ୍‌ଡିଏମ୍‌ଙ୍କ ରିପୋର୍ଟ ମାଗିଥିଲା । ଏହାପରେ ଏସ୍‌ଡିଏମ୍‌ଙ୍କ ସ୍ତରରେ ଏହାକୁ ଖାରଜ କରାଯାଇଛି । ସେ କହିଛନ୍ତି, ସାର୍ଟିଫିକେଟ୍ ପାଇଁ ହିବାଙ୍କ କୌଣସି ରକ୍ତ ସମ୍ପର୍କୀୟଙ୍କୁ ଏଠାକୁ ଆସି ଆବେଦନ କରିବାକୁ ହେବ । ଏହା ସହିତ ତାଙ୍କ ଜନ୍ମ ତାରିଖ ସମ୍ବନ୍ଧରେ ପ୍ରମାଣପତ୍ର କିମ୍ବା ଆଫିଡେଭିଟ୍ ଦେବାକୁ ପଡ଼ିବ । ଏହା ବ୍ୟତୀତ ୫୩ ବର୍ଷ ପରେ ଜନ୍ମ ସାର୍ଟିଫିକେଟ୍‌ର ଆବଶ୍ୟକତା କାହିଁକି ପଡ଼ିଲା ଜଣାଇବାକୁ ହେବ । ଏହାପରେ ସାର୍ଟିଫିକେଟ୍ ଜାରିକୁ ନେଇ ଚିନ୍ତା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking