26.1 C
Bhubaneswar
Sunday, November 24, 2024
Homeଖେଳବିସିସିଆଇ ଆପେକ୍ସ କାଉନ୍‌ସିଲ୍ ବୈଠକ: ମୁସ୍ତାକ୍ ଅଲୀ ଟ୍ରଫିରେ ଇମ୍ପାକ୍ଟ ପ୍ଲେୟର୍ ନିୟମ

ବିସିସିଆଇ ଆପେକ୍ସ କାଉନ୍‌ସିଲ୍ ବୈଠକ: ମୁସ୍ତାକ୍ ଅଲୀ ଟ୍ରଫିରେ ଇମ୍ପାକ୍ଟ ପ୍ଲେୟର୍ ନିୟମ

ଏସିଆନ୍ ଗେମ୍ସରେ ଭାଗନେବ ଭାରତ
ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚୀନ୍‌ର ହାଙ୍ଗଝୌଠାରେ ହେବାକୁ ଥିବା ଏସିଆନ୍ ଗେମ୍ସରେ ଭାରତ ଅଂଶଗ୍ରହଣ କରିବ । ଶୁକ୍ରବାର ଏଠାରେ ଅନୁଷ୍ଠିତ ବିସିସିଆଇ ଆପେକ୍ସ କାଉନ୍‌ସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରତିଯୋଗିତା ପାଇଁ ବିସିସିଆଇ ଏକ ଦ୍ୱିତୀୟ ଶ୍ରେଣୀୟ ପୁରୁଷ ଦଳ ପଠାଇବାକୁ ଥିବା ବେଳେ ମହିଳା ଦଳରେ କିନ୍ତୁ ସମସ୍ତ ଶୀର୍ଷ ସ୍ଥାନୀୟ ଖେଳାଳି ସାମିଲ୍ ହେବେ ବୋଲି ସ୍ପଷ୍ଟ କରାଯାଇଛି । ସେହିପରି ଗତ ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିବା ଇମ୍ପାକ୍ଟ ପ୍ଲେୟର୍ ନିୟମ ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଥିବା ଘରୋଇ କ୍ରିକେଟ୍ ସୟଦ୍ ମୁସ୍ତାକ୍ ଅଲୀ ଟି-୨୦ ଟ୍ରଫିରେ ମଧ୍ୟ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି । ଅବଶ୍ୟ ଗତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ସମାନ ନିୟମ ଲାଗୁ ହୋଇଥିଲା । କିନ୍ତୁ ଗତ ସଂସ୍କରଣରେ ଏହି ନିୟମ ଅନୁସାରେ କୌଣସି ଦଳ ଇମ୍ପାକ୍ଟ ପ୍ଲେୟର୍‌ଙ୍କୁ ଇନିଂସର ଚତୁର୍ଦ୍ଦଶ ଓଭର୍ ପୂର୍ବରୁ ଖେଳିବାର ସୁଯୋଗ ଦେବା ସହ ଟସ୍ ପୂର୍ବରୁ ନାମ ଘୋଷଣା କରିବାକୁ ପଡ଼ୁଥିଲା । କିନ୍ତୁ ଆଗାମୀ ସଂସ୍କରଣରେ ଟସ୍ ପୂର୍ବରୁ ଦଳ ୪ ଜଣ ଖେଳାଳିଙ୍କ ନାମ ଘୋଷଣା କରିପାରିବେ ଓ ସେମାନଙ୍କ ମଧ୍ୟରୁ ଜଣକୁ ଇମ୍ପାକ୍ଟ ପ୍ଲେୟର୍ ଭାବେ ଖେଳିବାର ସୁଯୋଗ ଦେଇପାରିବେ । ଅବଶ୍ୟ ଦଳଗୁଡ଼ିକ ସକାଶେ ଏହି ନିୟମକୁ ବାଧ୍ୟତାମୂଳକ କରାଯିବ ନାହିଁ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି ।

ଏସିଆନ୍ ଗେମ୍ସରେ ଅଦ୍ୟାବଧି ୩ ଥର କ୍ରିକେଟ୍‌କୁ ସାମିଲ୍ କରାଯାଇଛି । ଅନ୍ତିମ ଥର ପାଇଁ ଗତ ୨୦୧୪ ଇଞ୍ଚିଅନ୍ ସଂସ୍କରଣରେ ଏହା ସାମିଲ୍ ହୋଇଥିଲେ ମଧ୍ୟ ଏଥିରେ ଭାରତ ଅଂଶଗ୍ରହଣ କରି ନ ଥିଲା । ଆଗାମୀ ସଂସ୍କରଣରେ ପୁରୁଷ ଦଳର ମ୍ୟାଚ୍‌ଗୁଡ଼ିକ ସେପ୍ଟେମ୍ବର ୨୮ରୁ ଓ ମହିଳା ଦଳର ମ୍ୟାଚ୍‌ଗୁଡ଼ିକ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଆସନ୍ତା ଅକ୍ଟୋବର ୫ରୁ ଭାରତରେ ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାରୁ ବିସିସିଆଇ ଭାରତର ଶୀର୍ଷ ପୁରୁଷ ଖେଳାଳିଙ୍କୁ ହାଙ୍ଗଝୌ ପଠାଇପାରିବ ନାହିଁ । ଆପେକ୍ଟ କାଉନ୍‌ସିଲ୍ ବୈଠକ ପରେ ବିସିସିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଭାରତୀୟ ଦଳର ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ବେଶ୍ ବ୍ୟସ୍ତବହୁଳ ଥିବାରୁ ହାଙ୍ଗଝୌ ଇଭେଣ୍ଟ୍‌ରେ ଭାଗ ନେବା ନିଶ୍ଚିତ ଭାବେ ଆହ୍ୱାନମୂଳକ । କିନ୍ତୁ ଦେଶର ଗୌରବ ପାଇଁ ଟିମ୍ ପଠାଇବା ସକାଶେ ନିଷ୍ପତ୍ତି ହୋଇଛି । କାରଣ ଏସିଆନ୍ ଗେମ୍ସରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚାମ୍ପିଅନ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking