18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପାକ୍ ସେନାର ମିଲିଟାରୀ ଡ୍ରିଲ୍ ପାଞ୍ଚମାସ ବନ୍ଦ

ପାକ୍ ସେନାର ମିଲିଟାରୀ ଡ୍ରିଲ୍ ପାଞ୍ଚମାସ ବନ୍ଦ

ଇସ୍‌ଲାମାବାଦ: ପାକିସ୍ତାନରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ପ୍ରଭାବ ସେଠାକାର ସେନାବାହିନୀ ଉପରେ ପଡ଼ିଛି । ଏକ ରିପୋର୍ଟ ଅନୁସାରେ ଫୁଏଲ୍ ଅଭାବ କାରଣରୁ ସେନା ଆସନ୍ତା ପାଞ୍ଚମାସ ଅର୍ଥାତ୍ ଡିସେମ୍ବର ପର୍ଯ୍ୟନ୍ତ କୌଣସି ମିଲିଟାରୀ ଡ୍ରିଲ୍ ନକରିବାକୁ ନିଷ୍ପତ୍ତି ନେଇଛି । ମିଲିଟାରୀ ଟ୍ରେନିଂର ଡାଇରେକ୍ଟର ଜେନେରାଲ୍ ଏ ନେଇ ସମସ୍ତ ବିଭାଗକୁ ପତ୍ର ଜାରି କରିଛନ୍ତି । ଏଥିରେ ‘ରିଜର୍ଗ ଫୁଏଲ୍‌’କୁ ଡ୍ରିଲ୍ ଟାଳିବାର ମୁଖ୍ୟ କାରଣ ଭାବେ ଦର୍ଶାଯାଇଛି । ରିଜର୍ଭ ଫୁଏଲ୍ ସେନାର ରୁଟିନ୍ କାର୍ଯ୍ୟ ପାଇଁ ସୁରକ୍ଷିତ ରଖାଯାଇଥାଏ ।

ଏହା ୱାର୍ ରିଜର୍ଭରୁ ଭିନ୍ନ । ଯୁଦ୍ଧ ପାଇଁ ସୁରକ୍ଷିତ ରଖାଯାଇଥିବା ଫୁଏଲ୍ ଏହଉଛି ୱାର୍ ରିଜର୍ଭ । ଏକ୍ସପର୍ଟଙ୍କ ଅନୁସାରେ ପାକିସ୍ତାନ ମିଲିଟାରୀ ଡ୍ରିଲ୍‌ରେ ଟି-୮୦ ଟ୍ୟାଙ୍କ୍‌ର ସର୍ବାଧିକ ବ୍ୟବହାର କରିଥାଏ । ଏହି ଟ୍ୟାଙ୍କ୍ ପ୍ରତି କିଲୋମିଟର ପିଛା ଦୁଇ ଲିଟର ଫୁଏଲ୍ ଲାଗିଥାଏ । ଫଳତଃ ମିଲିଟାରୀ ଡ୍ରିଲ୍ ପାଇଁ ବହୁ ଫୁଏଲ୍ ଆବଶ୍ୟକ । ଲଗାତାର ଖରାପ ହେଉଥିବା ଅର୍ଥ ବ୍ୟବସ୍ଥା ମଧ୍ୟରେ ସେନା ପାଇଁ ଫୁଏଲ୍ ହାସଲ କରିବା ପାକିସ୍ତାନ ନିମନ୍ତେ କଷ୍ଟକର ହୋଇପଡ଼ିଛି । ଜୁଲାଇରେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ପ୍ରତି ଲିଟର ୨୬୦ ଟଙ୍କା ପାର୍ କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking