19.1 C
Bhubaneswar
Friday, November 22, 2024
Homeଅପରାଧନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ବିଚାରପତି ଡ. ସୂର୍ଯ୍ୟମଣି ମହାପାତ୍ର ୨୦ବର୍ଷ ଜେଲ୍ ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଏଥିସହିତ ଦୁଷ୍କର୍ମ ପୀଡିତାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଆଡିସ୍‌ନାଲ୍ ପିପି ପୋକ୍ସୋ ଜାହିର୍ ମହମ୍ମଦ ମାମଲାକୁ ପରିଚାଳନା କରିଥିଲେ । ସୂଚନା ଅନୁଯାୟୀ, ଅନୁଗୁଳ ଗୋପୀନାଥପୁର ଅଞ୍ଚଳର ମିଲନ୍ ଓରଫ କାଳିଆ ଖିଲାର୍ ମୋଟଙ୍ଗା ଥାନା ଅଞ୍ଚଳରେ ଏକ ଗ୍ୟାରେଜ୍ କରି ଚଳୁଥିଲା । ସେ ଗତ ୨୨ା୦୮ା୨୦୨୦ରେ ମୋଟଙ୍ଗା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ କରିନେବା ସହ ତାକୁ ଦୁଷ୍କର୍ମ କରିଥିଲା । ଏ ନେଇ ପୀଡିତା ପରିବାର ପକ୍ଷରୁ ମୋଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking