ନୁଆଦିଲ୍ଲୀ: ଇସ୍ତଫା ଦେଲେନି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ ସିଂ । ଏଭଳି ସଂଙ୍କଟ ସମୟରେ ଇସ୍ତଫା ଦେବେନି କହିଲେ ବୀରେନ । ସମର୍ଥକମାନଙ୍କ ଚାପ ଆଗରେ ନରମିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ । ବୀରେନ ଇସ୍ତଫା ଦେଉଥିବା ଖବର ପାଇ ରୁଣ୍ଡ ହୋଇଥିଲେ ସମର୍ଥକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଏକାଟି ହୋଇ ଧାରଣା ଦେଇଥିଲେ ।