28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଚନ୍ଦ୍ରଶେଖରଙ୍କ ଉପରେ ଆକ୍ରମଣରେ ବ୍ୟବହୃତ କାର୍ ଜବତ

ଚନ୍ଦ୍ରଶେଖରଙ୍କ ଉପରେ ଆକ୍ରମଣରେ ବ୍ୟବହୃତ କାର୍ ଜବତ

ଲକ୍ଷ୍ନୌ: ଭୀମ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ଆକ୍ରମରେ ବ୍ୟବହୃତ କାର୍‌କୁ ପୁଲିସ ଜବତ କରିଛି । ଏହି କାର୍ ଦେଓବନ୍ଦ ନିକଟ ଏକ ଗାଁରେ ଛିଡ଼ା ହୋଇଥିବା ଅବସ୍ଥାରେ ମିଳିଥିଲା । କାର୍‌କୁ କିଛି ଲୋକ ଏକ ଘର ବାହାରେ ଛିଡ଼ାକରି ଫେରାର୍ ହୋଇଯାଇଥିଲେ । ସେମାନଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ଥିବାବେଳେ ପୁଲିସ ଆଖପାଖର କେତେକ ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏହି ଚାରିଜଣ ଆକ୍ରମଣକାରୀ ହୋଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ସର୍ଭିଲାନ୍ସ ଟେକ୍‌ନିକ୍ ଜରିଆରେ ପୁଲିସ ସେମାନଙ୍କ ତଲାସ ଜାରି ରଖିଛି ।

ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳେ ଆଜାଦ୍ ଦେଓବନ୍ଦରେ ନିଜ ପାର୍ଟିର ଜଣେ କର୍ମକର୍ତ୍ତାଙ୍କ ଘରୁ ଛୁଟମଲପୁର ଫେରୁଥିବା ବେଳେ ହରିଆଣା ନମ୍ବର ପ୍ଲେଟ୍ ଥିବା ଏକ କାର୍‌ରେ ଚାରିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୪ ରାଉଣ୍ଡ୍ ଗୁଳିଚାଳନା କରିଥିଲେ । ଗୋଟିଏ ଗୁଳି ଆଜାଦ୍‌ଙ୍କ ପେଟ୍‌କୁ ଚିରି ବାହାରି ଯାଇଥିଲା । ଏହି ଗୁଳିକାଣ୍ଡରେ ତାଙ୍କ କାର୍ କାଚ ମଧ୍ୟ ଭାଙ୍ଗିଯାଇଛି । ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking