27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶନାବାଳକଙ୍କ ମୃତ୍ୟୁକୁ ନେଇ ଫ୍ରାନ୍ସରେ ହିଂସା

ନାବାଳକଙ୍କ ମୃତ୍ୟୁକୁ ନେଇ ଫ୍ରାନ୍ସରେ ହିଂସା

ପ୍ୟାରିସ୍ : ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ର ସବ୍‌-ଅର୍ବାନ୍ ଅଞ୍ଚଳ ନେନ୍ତେରେ ମଙ୍ଗଳବାର ଜଣେ ୧୭ ବର୍ଷୀୟ ନାବାଳକ ଟ୍ରାଫିକ୍ ସିଗ୍‌ନାଲ୍ ନମାନିବାରୁ ପୁଲିସ ଗୁଳି କରିଥିଲା । ଏହା ଘଟଣା ପରେ ଦେଶରେ ହିଂସାକାଣ୍ଡ ଦେଖାଦେଇଛି । ଶତାଧିକ ଲୋକ ବୁଧବାର ରାତିରୁ ପ୍ୟାରିସ୍‌ର ରାଜରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି ।

ବିବିସି ରିପୋର୍ଟ ଅନୁସାରେ ଆନ୍ଦୋଳନକାରୀ କେତେକ ବିଲ୍ଡିଂ ଏବଂ କାର୍‌ରେ ନିଆଁ ଲଗାଇବା ସହିତ ପୁଲିସ ଉପରକୁ ବାଣ ଫିଙ୍ଗିଛନ୍ତି । ପୁଲିସ ଗୁଳି ଚଳାଇଥିବା ଅଧିକାରୀଙ୍କୁ ଗିରଫ କରିଛି । ଫ୍ରାନ୍ସ ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରଣାଳୟ ୨ ହଜାର ପୁଲିସ ଫୋର୍ସଙ୍କୁ ସଡ଼କରେ ମୁତୟନ କରିଛି । ୧୫୦ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଛି ।

ଘଟଣା ଅନୁସାରେ ମଙ୍ଗଳବାର ନେନ୍ତେରି ସଡ଼କରେ ଦୁଇଜଣ ପୁଲିସ ଅଧିକାରୀ ଏକ ହଳଦିଆ ରଙ୍ଗର କାର୍‌କୁ ଅଟକାଇଥିଲା । କିଛି ସମୟର ଯୁକ୍ତିତର୍କ ପରେ ଜଣେ ଅଧିକାରୀ ନିଜ ପିସ୍ତଲ କାଢ଼ି ଡ୍ରାଇଭର୍ ନାହେଲ୍ (୧୭ ବର୍ଷ) ମୁଣ୍ଡକୁ ଗୁଳି କରିଥିଲେ । ଗୁଳି ବାଜିବାରେ ପରେ ନାହେଲ୍ କାର୍‌କୁ ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏକ କାନ୍ଥରେ କାର୍ ପିଟିହୋଇ କ୍ରାସ୍ ହୋଇଥିଲା । ଘଟଣାସ୍ଥଳରେ ହିଁ ନାବାଳକର ମୃତ୍ୟୁ ହୋଇଯାଇଥିଲା । ଗୁଳି ଚଳାଇଥିବା ୩୮ ବର୍ଷୀୟ ପୁଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ୍ କରାଯିବା ପରେ ପୁଲିସ ଗିରଫ କରିଛି ।

ଏହି ଘଟଣାକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଏକ ଜରୁରି ବୈଠକ ଡାକିଥିଲେ । ସେ କହିଥିଲେ ଏହି ଘଟଣାରେ ପୂରା ଦେଶ ଶୋକରେ ରହିଛି । ଜଣେ ଯୁବକଙ୍କୁ ଏପରି ହତ୍ୟା କରାଯିବାକୁ କୌଣସି ପ୍ରକାରେ ଠିକ୍ ସାବ୍ୟସ୍ତ କରାଯାଇପାରିବ ନାହିଁ । ଅନ୍ୟପକ୍ଷରେ ଫ୍ରାନ୍ସର ସାଂସଦମାନେ ବୁଧବାର ନାସ୍‌ନାଲ୍ ଆସେମ୍ବ୍ଲିରେ ଏକ ମିନିଟ୍‌ର ନିରବ ପ୍ରାର୍ଥନା କରିଥିଲେ ।

ପ୍ରଧାନମନ୍ତ୍ରୀ ଏଲିଜାବେଥ ବର୍ନ କହିଛନ୍ତି, ଗୁଳିକାଣ୍ଡର ଏହି ଘଟଣା ସ୍ପଷ୍ଟ ଭାବେ ନିୟମର ଉଲ୍ଲଂଘନ । ଅନ୍ୟପକ୍ଷୀରେ ପୀଡ଼ିତ ପରିବାର ଘଟଣାରେ ସାମିଲ ଅଧିକାରୀଙ୍କ ବିରୋଧରେ ହତ୍ୟା, ହତ୍ୟାରେ ସାଥ୍‌ଦେବା ଏବଂ ମିଥ୍ୟା ସାକ୍ଷ୍ୟକୁ ନେଇ ମାମଲା ରୁଜୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking