ଧର୍ମଗଡ: କଳାହାଣ୍ଡି ଜିଲ୍ଲା ନବରଙ୍ଗପୁର ସୀମାନ୍ତକୁ ଲାଗି ରହିଥିବା ଢୁଳୁଘାଟି ବ୍ରିଜ୍ ରେ ଦୁର୍ଘଟଣା ସୂଚନା ଅନୁଯାଇ OD24F 4784ଗାଡ଼ି ନମ୍ୱର ଟିମନପୁର ରୁ ଜୟପାଟଣା ଅଭିମୁଖେ ୧୩ଜଣ ଲୋକଙ୍କୁ ଧରି ଆସୁଥିବାବେଳେ। ଢୁଳୁଘାଟି ବ୍ରିଜରେ ପିକପ୍ ଭ୍ୟାନ୍ ଓଲଟି ଦୁର୍ଘଟଣାରେ ଭାରସାମ୍ୟ ହରାଇ ବସିଲା ବେଳେ ଡ୍ରାଇଭର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଓ ୯ଜଣ ଆହାତ। ଜୟପାଟଣା ଅଗ୍ନିଶମ ବିଭାଗ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ୧୦୮ ଆମ୍ବୁଲାନ୍ସ ରେ ଗୁରୁତରଙ୍କୁ ଜୟପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଓ ତେନ୍ତୁଖୁଣ୍ଟି ଆମ୍ବୁଲାନ୍ସ ଆସି ଗୁରୁତରଙ୍କୁ ତେନ୍ତୁଖୁଣ୍ଟି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଛି।
କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଳକ ଧନସୁଳୀ ଗ୍ରାମ ନବରଙ୍ଗପୁର ପୋଡ଼ସି ଜିଲ୍ଲା ସୀମାନ୍ତକୁ ଲାଗି ଢ଼ୁଲୁଘାଟି ରହିଅଛି।ଏହି ଘାଟି କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରିଥିବା ବେଳେ ଆଖ ପାଖ ଅଞ୍ଚଳର ଲୋକେ ଯାତାୟାତ ଗମନା ଗମନ ପାଇଁ ନିର୍ଭର କରିଥାନ୍ତି।ହେଲେ ପି ଡବ୍ଲୁ ଡି କୁ ଏହି ରାସ୍ତା କାମ କରିବାକୁ ହସ୍ତକ୍ଷେପ ହୋଇଥିଲେ ମଧ୍ୟ ଅତି ନିମ୍ନ ମାନର ରାସ୍ତା କାମ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତି ରେ ମୁନସୀ ନିଜେ ଠିକାଦାର ସାଜି ଏହି କାମ କରିଚାଲିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକ ମାନେ ରାସ୍ତା କୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।ରାସ୍ତା ଅତି ନିମ୍ନ ମାନର ହେଉଥିବାରୁ ବାରମ୍ବାର ଦୁର୍ଘଟଣା ହେବାର ଆଶଙ୍କା ରହିଛି। ରାସ୍ତା କାର୍ଯ୍ୟକାମ ଠିକ ଭାବରେ ନହେଲେ ଆଗମୀ ଦିନରେ ରାସ୍ତା ରୋକ ହେବ ବୋଲି ଅଞ୍ଚଳ ବାସୀ ଚେତା ବନି ଦେଇଛନ୍ତି।