17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଉତ୍ତର-ପଶ୍ଚିମ ରାଜ୍ୟରେ ସ୍ୱାଭାବିକଠାରୁ ୧୨ ଗୁଣା ଅଧିକ ବର୍ଷା; ଦୁଇ ଦିନରେ ୮ ରାଜ୍ୟରେ ୩୩...

ଉତ୍ତର-ପଶ୍ଚିମ ରାଜ୍ୟରେ ସ୍ୱାଭାବିକଠାରୁ ୧୨ ଗୁଣା ଅଧିକ ବର୍ଷା; ଦୁଇ ଦିନରେ ୮ ରାଜ୍ୟରେ ୩୩ ମୃତ

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନରେ ପରେ ମୌସୁମୀ ପୂରା ଉତ୍ତର-ପଶ୍ଚିମ ଭାରତରେ ପହଞ୍ଚିଯାଇଛି । ଏହା ଫଳରେ ଏହି ରାଜ୍ୟଗୁଡ଼ିକରେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୧୨ ଗୁଣା ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ସୋମବାର ମୌସୁମୀ ପଞ୍ଜାବ ଏବଂ ଗୁଜରାଟରେ ପ୍ରବେଶ କରିଥିବା ବେଳେ ଦେଶର ପୂର୍ବ, ମଧ୍ୟ, ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ରାଜ୍ୟଗୁଡ଼ିକରେ ଆଗାମୀ ପାଞ୍ଚଦିନ ମୌସୁମୀ ସକ୍ରିୟ ରହିଛି ।

ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶର ୨୪ ରାଜ୍ୟରେ ଭୀଷଣ ବର୍ଷା ହେବା ଭାରତୀୟ ପାଣିବଗା ବିଭାଗ (ଆଇଏମ୍‌ଡି) ପକ୍ଷରୁ ଅନୁମାନ କରାଯାଇଛି । ଦୁଇଦିନ ବର୍ଷା ଓ ଭୂସ୍ଖଳନ ପରି ଘଟଣାରେ ଆଠ ରାଜ୍ୟରେ ୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ମଧ୍ୟରୁ ହିମାଚଳରେ ୯, ମୁମ୍ବାଇରେ ୬, ରାଜସ୍ଥାନରେ ୬, ହରିଆଣା ଓ ପଞ୍ଜାବରେ ଦୁଇଜଣ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି ।

ମଙ୍ଗଳବାର ଉତ୍ତରଖଣ୍ଡର ଆଲ୍‌ମୋଡ଼ାରେ ପୂରନ୍ତା ନଦୀରେ ୧୬-୧୭ ବର୍ଷର ଦୁଇଜଣ ଭାଇ-ଭଉଣୀ ଭାସି ଯାଇଛନ୍ତି । ଛତିଗଡ଼ରେ ବଜ୍ରପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ କରେଣ୍ଟ ଲାଗିବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ଦୁଇଟି ଭୂସ୍ଖଳନ ଘଟଣା ହୋଇଛି ।

ଏହା ଫଳରେ ଚଣ୍ଡିଗଡ଼-ମନାଲୀ ନାସ୍‌ନାଲ୍ ହାଇୱେ-୨୧ର ଦୁଇଟି ସ୍ଥାନରେ ଯାତାୟାତ ବହୁଘଣ୍ଟା ଧରି ବନ୍ଦ ରହିଥିଲା । ଏହି ରୁଟ୍‌ରେ ଲାଗିଥିବା ଜାମ୍ ୨୦ ଘଣ୍ଟା ପରେ ଖୋଲିଥିଲା । ଏବେ ବି ସେଠାରେ ୧୫୦ ସଡ଼କ ବନ୍ଦ ରହିଛି । ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷାର ଆଲର୍ଟ ଜାରି କରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ୮.୩, ମଧ୍ୟପ୍ରଦେଶରେ ୨୭.୨, ଗୁଜରାଟରେ ୧୨.୯, ଦିଲ୍ଲୀରେ ୧୦.୧, ଉତ୍ତର ପ୍ରଦେଶରେ ୪.୩, ମହାରାଷ୍ଟ୍ରରେ ୧୪.୮ ଏବଂ ବିହାରରେ ୧.୧ ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking