27.1 C
Bhubaneswar
Saturday, October 19, 2024
Homeଓଡିଶାଆବାସ ଯୋଜନାକୁ ନେଇ ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଛି ରାଜ୍ୟ ବିଜେପି

ଆବାସ ଯୋଜନାକୁ ନେଇ ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଛି ରାଜ୍ୟ ବିଜେପି

ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି ଦେଲେ ମିଛ ତଥ୍ୟ । କଳାହାଣ୍ଡି ଭବାନୀପାଟଣାରେ ସାଧାରଣ ସଭାରେ ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ଆବାସ ସମ୍ପର୍କରେ ବିଜେପି ମିଛ କୁହାଇଥିବା ଅଭିଯୋଗ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ ବିଜେପି ଉପରେ ବର୍ଷିଛି । ସଭାରେ ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ରାଜ୍ୟ ବିଜେପି ସାଂସଦ ଓ ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଭୁଲ ତଥ୍ୟ ଦେଇଥିଲେ । ଏଭଳି କରି ନିଜ ରାଷ୍ଟ୍ରୀୟ ସଭାପତିଙ୍କୁ ଲଜ୍ଜାଜନକ ସ୍ଥିତିକୁ ଠେଲି ଦେଇଛି ବିଜେପି ।

ଲକ୍ଷଲକ୍ଷ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛି । ୨୦୧୯ ମସିହାରେ ବିଜେପି ଓଡ଼ିଶାରେ ହାରିବା ପରେ ବିଜେପି ନେତା, ସାଂସଦ ଓ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଘର ନଦେବାକୁ ଚାପ ପକାଇଲେ । ଘର ନେଦବାକୁ କେନ୍ଦ୍ର ମନ୍ତ୍ରୀଙ୍କ ପାଖରେ ଚାପ ପକାଇ ୩ବର୍ଷ କାଳ ଓଡ଼ିଶା ପାଇଁ ଆବାସ ପୋର୍ଟାଲ ବନ୍ଦ କରିଦେଲେ । ବିଜେଡିର କ୍ରମାଗତ ଚାପ ଯୋଗୁ ୧୫ ଲକ୍ଷ ବଦଳରେ ୮ ଲକ୍ଷ ଘର ମଞ୍ଜୁର ହୋଇଛି । ତେବେ ଅନ୍ୟ ୭ ଲକ୍ଷ ଲୋକ ଯିବେ କୁଆଡ଼େ ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେପି ସାଂସଦ ମାନେ ଯେଉଁମାନଙ୍କ ଭୋଟରେ ନିର୍ବାଚିତ ହୋଇଛନ୍ତି ରାଜନୀତି ପାଇଁ ସେମାନଙ୍କ ଘରକୁ ଅଟକାଉଛନ୍ତି ।

ଓଡ଼ିଶା ପାଇଁ ଦାବି ବଦଳରେ ଓଡ଼ିଶା କେମିତି ନପାଇବ ସେନେଇ ପ୍ରୟାସ କରୁଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି କେନ୍ଦ୍ର ସରକାର । ହେଲେ ଓଡ଼ିଶା କେମିତି ଘର ନପାଇବ ସେଥିପ୍ରତି ଷଡ଼ଯନ୍ତ୍ର କରିଚାଲିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଇଥାନ୍ତି । ପ୍ରଶାସନିକ ଖର୍ଚ୍ଚ ମିଶାଇଲେ ଏହା ୫୦ ପ୍ରତିଶତ ଦେଖାଏ ହେବ । ଓଡ଼ିଆ ଗରିବଙ୍କୁ ଛାତ ଘରୁ ବଞ୍ଚିତ କରିବାକୁ ବିଜେପି କରିଥିବା ଚକ୍ରାନ୍ତକୁ ପଣ୍ଡ କରିବାକୁ ଅଭିନବ ଯୋଜନା କରିଛନ୍ତି ରାଜ୍ୟ ସରକାର । ମୋ ଘର ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡ ଉପରକୁ ଛାତ ଦେବାକୁ ଯୋଜନା ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking