28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବିଦ୍ରୋହୀଙ୍କ ଦାବି ମାନିପାରନ୍ତି ପୁଟିନ

ବିଦ୍ରୋହୀଙ୍କ ଦାବି ମାନିପାରନ୍ତି ପୁଟିନ

କିବ୍ : ୟୁକ୍ରେନର ଗଣମାଧ୍ୟମ ଅନୁଯାୟୀ, ପ୍ରିଗୋଜିନ୍ ଏବଂ ମସ୍କୋ ନିକଟରେ ଏକ ଚୁକ୍ତି ହୋଇଛି ଯାହା ଅଧୀନରେ ମସ୍କୋ ପ୍ରିଗୋଜିନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବ ଏବଂ ପ୍ରତିବଦଳରେ ପ୍ରିଗୋଜିନ୍ ବିଦ୍ରୋହ ପ୍ରୟାସ ବନ୍ଦ କରି ବେଲାରୁସ୍ ଯାଉଛନ୍ତି। ଏହା ସହିତ ପୁଟିନ ନିଜର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କୁ ବି ହଟାଯିବାର ସମ୍ଭାବନା ରହିଛି । ପ୍ରିଗୋଜିନ ଏଥିପାଇଁ ଦାବି କରିଥିଲେ । ସୂଚନା ଅନୁସାରେ ଏବେ ଓ୍ବାଗନରର ସୈନ୍ୟମାନେ ୟୁକ୍ରେନ ଫେରୁଛନ୍ତି ଓ ଖୁବଶୀଘ୍ର ଯୁଦ୍ଧ କ୍ଷେତ୍ରରେ ଯୋଗ ଦେବେ । ଏହା ସହିତ ଓ୍ବାଗନର ସୈନ୍ୟମାନଙ୍କୁ ପ୍ରତିରୋଧ କରିବାକୁ ମୁତୟନ ହୋଇଥିବା ଚେଚେନ ସୈନ୍ୟମାନେ ବି ୟୁକ୍ରେନ ଫେରୁଛନ୍ତି । ଅନ୍ୟପକ୍ଷରେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ଏସ୍ ପେସ୍କୋଭ ଶନିବାର କହିଛନ୍ତି ଯେ ବିଦ୍ରୋହୀ ଓ୍ଵାଗନର ଆର୍ମି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

କ୍ରେମଲିନର ଜଣେ ମୁଖପାତ୍ର ୱାଗନର ଆର୍ମି ବିରୋଧରେ ମାମଲା ରୁଜୁ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି। ଓ୍ଵାଗନରଙ୍କ ବିଦ୍ରୋହ ଖବର ପ୍ରକାଶ ପାଇବା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ପୁଟିନ୍ ଅଭିଭାଷଣରେ କହିଛନ୍ତି- ‘ୱାଗନର ପିଠିରେ ଛୁରି ମାଡ଼ କରିଛନ୍ତି। ସେମାନେ ଦେଶବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି। ଏହା ଆମ ସେନା ପାଇଁ ଏକ ଚ୍ୟାଲେଞ୍ଜ। ଆମେ ଯେକୌଣସି ମୂଲ୍ୟରେ ଦେଶବାସୀଙ୍କୁ ସୁରକ୍ଷା ଦେବୁ ବୋଲି ପୁଟିନ୍ କହିଛନ୍ତି ଏବଂ ପୁଟିନଙ୍କ ଅଭିଭାଷଣ ପରେ ରୁଷିଆର ରାଜଧାନୀ ମସ୍କୋରେ ଟ୍ୟାଙ୍କ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking