28.1 C
Bhubaneswar
Friday, October 18, 2024
Homeଅପରାଧପ୍ରେମ ହେଲା କାଳ

ପ୍ରେମ ହେଲା କାଳ

ଭୋପାଳ: ପରିବାରର ଇଚ୍ଛା ବିରୋଧରେ ପ୍ରେମ କରୁଥିଲା ଝିଅ । ଝିଅ ସହ ପ୍ରେମିକକୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ ବାପା । ମଧ୍ୟପ୍ରଦେଶ ମୋରେନା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଜର ଜନ୍ମକଲା ଝିଅ ଓ ତା’ର ପ୍ରେମିକଙ୍କୁ ମାରି ଚମ୍ବଲ ନଦୀରେ ଫିଙ୍ଗିଦେଇଛି । ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିବା ପରେ ଏହି ହତ୍ୟା ଘଟଣା ସାମ୍ନାକୁ ଆସିଛି । ନଦୀରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ମାମଲା ଅନର କିଲିଂ ହୋଇଥିବା ସନ୍ଦେହ କରାଯାଉଛି ।

ପୋଲିସର ସୂଚନା ମୁତାବକ, ମୋରେନା ଜିଲ୍ଲା ରତନ ବସାଇ ଗ୍ରାମର ରାଜପାଲ ତୋମାର ଗତ ଜୁନ ୩ ତାରିଖରେ ନିଜ ଝିଅର ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ୩ ତାରିଖରୁ ଝିଅର କୌଣସି ଖୋଜଖବର ମିଳୁନଥିବା ପୋଲିସକୁ କହିଥିଲେ । ଏହାର ଦିନକ ପରେ ୪ ତାରିଖ ଦିନ ଜଣେ ଯୁବକଙ୍କ ପରିବାର ସଦସ୍ୟ ଥାନାକୁ ଆସି ପୁଅ ନିଖୋଜ ଥିବା ଅଭିଯୋଗ କରିଥିଲେ । ଦୁଇଟିଯାକ ପରିବାରର ଅଭିଯୋଗ କ୍ରମେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ନିଖୋଜ ଯୁବକ ଯୁବତୀ ଦ୍ବୟ ସମାନ ବୟସର ହେବା ସହ ଏକା ସମୟରେ ନିଖୋଜ ରହିଥିଲେ । ତେଣୁ ଦୁଇ ଜଣଙ୍କ ନିଖୋଜ ଘଟଣାରେ ଲିଙ୍କ୍‌ ଥିବା ସନ୍ଦେହ କରି ପୋଲିସ ସେମାନଙ୍କ କଲ୍ ବିବରଣୀ ଯାଞ୍ଚ କରିଥିଲା । ଯାହାପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଓ ସେମାନେ ପରସ୍ପର ସହ ଲମ୍ବା ସମୟ ଧରି କଥାବାର୍ତ୍ତା କରୁଥିବା ଜଣାପଡିଥିଲା ।

ପୋଲିସ ମାମଲାରେ ତଦନ୍ତ ଆରମ୍ଭ କରି ଝିଅର ବାପା ରାଜପାଲ ତୋମାରଙ୍କୁ ପଚରାଉଚରା କରିଥିଲା । ଜେରା ସମୟରେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥିଲା । ସେ ନିଜ ଝିଅ ତା’ ପ୍ରେମିକକୁ ହତ୍ୟା କରିବା ପରେ ଚାମ୍ବଲ ନଦୀରେ ଫିଙ୍ଗି ଦେଇଥିବା ଜଣାଇଥିଲା । ଏହାପରେ ପୋଲିସ ନଦୀରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି ।

ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ବାପା ବ୍ୟତୀତ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ କରୁଛି । ଝିଅ ନିଜ ପରିବାରର ଇଚ୍ଛା ବିରୁଧରେ ସମ୍ପୃକ୍ତ ଯୁବକଙ୍କ ସହ ସମ୍ପର୍କ ରଖିଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଉଭୟ ଯୁବକ ଯୁବତୀ ତୋମାର ସମୁଦାୟର ଅଟନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking