28.1 C
Bhubaneswar
Friday, October 18, 2024
Homeଅପରାଧସ୍ତ୍ରୀକୁ ‘ଡ୍ରଗସ୍‌’ ଦେଇ ଏପରି କଲା ସ୍ୱାମୀ....

ସ୍ତ୍ରୀକୁ ‘ଡ୍ରଗସ୍‌’ ଦେଇ ଏପରି କଲା ସ୍ୱାମୀ….

ନୂଆଦିଲ୍ଲୀ: ପ୍ରତି ରାତିରେ ନିଜ ସ୍ତ୍ରୀଙ୍କୁ ‘ଡ୍ରଗ୍‌’ ଦେଇ ତାଙ୍କ ସହିତ ଦୁଷ୍କର୍ମ କରାଇବାକୁ ପର ପୁରୁଷମାନଙ୍କୁ ଆମନ୍ତ୍ରଣ କରିନ୍ତି ବୋଲି ଜଣେ ଫରାସୀ ବ୍ୟକ୍ତିଙ୍କ ଉପରେ ଦୋଷାରୋପ ହୋଇଥିବା ‘ଦି ଟେଲିଗ୍ରାଫ୍‌’ ରିପୋର୍ଟ କରିଛି । ଡ୍ରଗ୍ ଖାଇ ଅଚେତ ହେବା ପରି ଶୋଇପଡୁଥିବା ସ୍ତ୍ରୀ ସହିତ ଏଭଳି ଅତ୍ୟାଚାର ୧୦ ବର୍ଷ ଧରି ଚାଲିଥିଲା ଏବଂ ତାଙ୍କ ସହିତ ୯୨ ଥର ଦୁଷ୍କର୍ମ କରାଯାଇଛି ବୋଲି ତଦନ୍ତକାରୀମାନେ କହିଛନ୍ତି ।

ଦୁଷ୍କର୍ମକାରୀଙ୍କ ମଧ୍ୟରୁ ୫୧ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତମାନଙ୍କର ବୟସ ୨୬ରୁ ୭୩ ବର୍ଷ ବୟସ ମଧ୍ୟରେ । ପୁଲିସ ବାକି ଦୁଷ୍କର୍ମକାରୀଙ୍କ ସନ୍ଧାନ ନେଉଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି । ଦୁଷ୍କର୍ମକାରୀଙ୍କ ମଧ୍ୟରେ ଅଛନ୍ତି, ଦମକଳ କର୍ମଚାରୀ, ଲରି ଡ୍ରାଇଭର୍‌, ମୁନିସ୍‌ପାଲ୍ କାଉନ୍‌ସିଲର୍‌, ବ୍ୟାଙ୍କ୍‌ର ‘ଆଇଟି’ କର୍ମଚାରୀ, କାରାଗାର ପ୍ରହରୀ, ନର୍ସ ଓ ସାମ୍ବାଦିକ ।

‘ଦି ଟେଲିଗ୍ରାଫ୍‌’ ରିପୋର୍ଟ ଅନୁସାରେ, ଡୋମିନିକ୍ ପି ନାମକ ଉକ୍ତ ଫରାସୀ ବ୍ୟକ୍ତିଜଣକ ସ୍ତ୍ରୀ ଫ୍ରାଙ୍କୋଇଜ୍‌ଙ୍କ ଭୋଜନରେ ‘ଆଣ୍ଟି-ଆଙ୍କଜାଇଟି’ ଔଷଧ ‘ଲୋରାଜିପାମ୍‌’ ମିଶାଇବା ପରେ ଏଭଳି ଅମାନୁଷିକ କାର୍ଯ୍ୟ କରାଉଥିଲେ । ତା’ପରେ ଡୋମିନିକ୍ ଫ୍ରାନ୍‌ସ୍‌ର ମାଜାନ୍‌ରେ ଥିବା ତାଙ୍କ ବାସଭବନକୁ ତଥା-କଥିତ ‘ଅତିଥି’ମାନଙ୍କୁ ଆମନ୍ତ୍ରଣ କରି ନିଶା ଔଷଧ ପ୍ରଭାବରେ ଶୋଇପଡ଼ିଥିବା ସ୍ତ୍ରୀଙ୍କ ସହିତ ଦୁଷ୍କର୍ମ କରାନ୍ତି ।

କେବଳ ସେତିକି ନୁହେଁ ଡୋମିନିକ୍ ଉକ୍ତ କୁକର୍ମକୁ ରେକର୍ଡ କରି ଫୁଟେଜ୍‌ଗୁଡ଼ିକୁ ଗୋଟାଏ ‘ୟୁଏସ୍‌ବି ଡ୍ରାଇଭ୍‌’ରେ ‘ଏବ୍ୟୁସେଜ୍‌’ ନାମକ ଫାଇଲ୍‌ରେ ରଖୁଥିଲେ । ପୁଲିସ କହିବା ଅନୁସାରେ, ୨୦୧୧ରୁ ୨୦୨୦ ମଧ୍ୟରେ ଏହି ଦୁଷ୍କର୍ମ କାଣ୍ଡ ଘଟିଥିଲା ଏବଂ ଦୁଷ୍କର୍ମକାରୀମାନେ ଏକାଧିକ ଥର ସେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ । ୫୦ରୁ ଅଧିକ ବର୍ଷ ପୂର୍ବେ ଡୋମିନିକ୍ ଫ୍ରାଙ୍କୋଇଜ୍‌ଙ୍କୁ ବିବାହ କରିଥିଲେ ଓ ଦୁହିଁଙ୍କର ୩ଟି ସନ୍ତାନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking