27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ପାପୀ ବାପା

୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ପାପୀ ବାପା

ଭୋପାଳ: ପାପୀ ବାପାର ନରାକୀୟ କାଣ୍ଡ । ବାପା ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଝିଅର ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଲା ବାପା । ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ସଇତାନ ବାପା । ସ୍ୱାମୀର ଏପରି କୁକର୍ମ ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲା ସ୍ତ୍ରୀ । ଶେଷରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ସହରରେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡିତାଙ୍କ ମାଆ ଏରୋଡ୍ରୋମ ପୋଲିସ ଷ୍ଟେସନରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସ୍ୱାମୀଙ୍କ ସହ ଝଗଡା ହେବାରୁ ସେ କିଛି ଦିନ ହେବ ବାପା ଘରକୁ ଯାଇଥିଲେ । କିଛି କାମରେ ସେ ସେ ଶ୍ୱଶୁର ଘରକୁ ଫେରିଥିଲେ ।

ଏହି ସମୟରେ ନିଜ ୪ ବର୍ଷର ଶଶୁକନ୍ୟାଙ୍କୁ ଧରି ଛୁ’ ମାରିଥିଲେ ମହିଳାଙ୍କ ସ୍ୱାମୀ । ଏହାପରେ ମହିଳା ଜଣଙ୍କ କଳେବଳେ କୌଶଳେ ଝିଅକୁ ସ୍ୱାମୀ କବଳରୁ ଉଦ୍ଧାର କରିଥିଲେ । ଦୁଇ ଦିନ ପରେ ଶିଶୁକନ୍ୟା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତାଙ୍କ ସ୍ୱାମୀ ନିଜ ଝିଅକୁ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଥିଲେ । ଡେପୁଟି କମିଶନର ଆଦିତ୍ୟ ମିଶ୍ର କହିଛନ୍ତି ଯେ, ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ନେଇ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରାଯାଇ ପୋକ୍ସ ଆକ୍ଟରେ ଆମେ ମାମଲା ରୁଜୁ କରିଥିଲୁ । ଏହାପରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛୁ । ଅଭିଯୁକ୍ତ ଜଣଙ୍କୁ ଏବେ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି ।

ଗତ ମାର୍ଚ୍ଚ ମାସରେ ମହାରାଷ୍ଟ୍ରରୁ ଏମିତି ଏକ ଖବର ସାମ୍ନାକୁ ଆସିଥିଲା । ନିଜର ଜନ୍ମକଲା ଝିଅ କୁ ଦୁଷ୍କର୍ମ କରିଥିଲା ବାପା । ଥରେ କି ଦୁଇଥର ନୁହେଁ, ୫ ବର୍ଷ ଧରି ଜହ୍ଲାଦ ବାପା ମଦ ନିଶାରେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଆସୁଥିଲା । ଏହି କୁକର୍ମକୁ ପୀଡିତାଙ୍କ ସାବତ ମାଆ ସମର୍ଥନ କରୁଥିଲେ ।

ଏନେଇ ପୀଡିତା ବନ୍ଧୁଙ୍କ ସହାୟତାରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା । ସେହିପରି ଫେବୃଆରୀ ମାସରେ ରାଜସ୍ଥାନ ଉଦୟପୁର ଅନ୍ତର୍ଗତ ବାୱଲୱାଡା ଥାନା ଅଞ୍ଚଳରେ ୧୫ ବର୍ଷୀୟା ଝିଅକୁ ତାରା ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍ୱାମୀର ଏହି କୁକର୍ମ ସମ୍ପର୍କରେ ଜାଣିବା ପରେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲା ସ୍ତ୍ରୀ । ସ୍ତ୍ରୀର ଅଭିଯୋଗ ପରେ ଅଭିଯୁକ୍ତ କୁଆଡେ ଫେରାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking