32.1 C
Bhubaneswar
Saturday, October 19, 2024
Homeଓଡିଶାହସ୍ପିଟାଲ ଦଲାଲ ମୁକ୍ତ ହେବା ଦିଗରେ ରାଜ୍ୟ ସରକାର କାମ କରିବା ଦରକାର: ହାଇକୋର୍ଟ

ହସ୍ପିଟାଲ ଦଲାଲ ମୁକ୍ତ ହେବା ଦିଗରେ ରାଜ୍ୟ ସରକାର କାମ କରିବା ଦରକାର: ହାଇକୋର୍ଟ

କଟକ: ଦଲାଲ ମୁକ୍ତ ହେବ ସରକାରୀ ହସ୍ପିଟାଲ। ଏ ଦିଗରେ ସରକାର ନିୟମ ପ୍ରଣୟନ କରିବା ଦରକାର। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ନିଜ ଜାଲରେ ଫସାଇବାକୁ ସକ୍ରିୟ ଅଛନ୍ତି ଘରୋଇ ହସ୍ପିଟାଲର ଏଜେଣ୍ଟ। ସରକାରୀ ଡାକ୍ତରଖାନା ପରିସର ମଧ୍ୟରେ ଏଜେଣ୍ଟମାନେ କାମ କରୁଛନ୍ତି। ଏବଂ ରୋଗୀଙ୍କୁ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମକୁ ନେବାକୁ ପ୍ରୟାସ କରୁଛନ୍ତି। ପିଆଇଏଲରେ ଏଭଳି କିଛି ଉଲ୍ଲେଖ ହୋଇଥିବା ଦେଖି ଗଭୀର ଉଦବେଗ ପ୍ରକାଶ କରି ଓଡ଼ିଶା ହାଇକୋର୍ଟ ଏଭଳି କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking