17.1 C
Bhubaneswar
Tuesday, November 26, 2024
Homeଓଡିଶାସମ୍ ଅଲ୍ଟିମେଟ୍‌ରେ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପ୍ରୋଭୋଇଡର କୋର୍ସ

ସମ୍ ଅଲ୍ଟିମେଟ୍‌ରେ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପ୍ରୋଭୋଇଡର କୋର୍ସ

ଭୁବନେଶ୍ୱର,  : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ବେସିକ୍ ଲାଇଫ୍ ସପୋର୍ଟ (ବିଏଲ୍‌ଏସ୍ )ଓ ଆଡଭାନ୍ସ କାର୍ଡିଆକ୍ ଲାଇଫ୍ ସପୋର୍ଟ (ଏସିଏଲ୍‌ଏସ୍‌) ର ୩ ଦିନିଆ ପ୍ରୋଭାଇଡର କୋର୍ସ ଉଦ୍‌ଘାଟନ ହୋଇଯାଇଛି ।
ସମ୍ ଅଲ୍ଟିମେଟ୍ ମେଡିକେୟାର, ଭୁବନେଶ୍ୱର ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌) ଏବଂ ଆମେରିକାନ୍ ହାର୍ଟ ଆସୋସିଏସନ୍ ପକ୍ଷରୁ ଏହି ଶିକ୍ଷାଭିତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଡାକ୍ତରଖାନାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିଛନ୍ତି । ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ଉପରେ ତାଲିମ ଦିଆଯାଉଛି । କୌଣସି ରୋଗୀର ହଠାତ୍ ହୃଦଘାତ ହେଲେ କିପରି ଜୀବନ ବଂଚାଇ ହେବ ସେ ନେଇ ଏହି ପାଠ୍ୟକ୍ରମରେ ତାଲିମ ଦିଆଯାଉଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡା. ଶ୍ୱେତପଦ୍ମା ଦାଶ ଯୋଗ ଦେଇ କହିଛନ୍ତି ଏହି ପାଠ୍ୟକ୍ରମ ବୃତିଗତ ଅଭିବୃଦ୍ଧିରେ ସହାୟକ ହେବ । ସ୍ୱାସ୍ଥ୍ୟସେବା ଶିଳ୍ପରେ କ୍ୟାରିୟରରେ ଆମେରିକାନ୍ ହାର୍ଟ ଆସୋସିଏସନ୍ ସାର୍ଟିଫିକେଟ୍ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପାଠ୍ୟକ୍ରମର ଆବଶ୍ୟକତା ରହିଛି । ଏହା କେବଳ ବୃତିରେ ନୁହେଁ ବରଂ ଅନ୍ୟର ଜୀବନ ବଂଚାଇବାରେ ପ୍ରତିବଦ୍ଧତାର ପ୍ରମାଣ ଦେବ ।
କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡା. ବାନାମ୍ବର ରାୟ କହିଥିଲେ ଏହି ପାଠ୍ୟକ୍ରମ ଦେଶର କାର୍ଡିଓପଲମୋନାରୀ ରେସୁସିଟେସନ୍‌(ସିପିଆର୍‌) ଅଭ୍ୟାସରେ ଉନ୍ନତି ଆଣିବାରେ ସହାୟକ ହେବ ।
ଏଥି ସହ ଆନ୍ତର୍ଜାତୀୟ ମାନକୁ ବଜାୟ ରଖିବାକୁ ଏଥିରେ ଆମେରିକା ଓ ୟୁରୋପରେ ପ୍ରଚଳିତ ସିପିଆର୍‌କୁ ଅତି ଗମ୍ଭୀରତାର ସହ ଗ୍ରହଣ କରାଯାଇ ଅଭ୍ୟାସ କରାଯାଉଛି । ତେଣୁ ଭାରତରେ ମଧ୍ୟ ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
କାର୍ଯ୍ୟକ୍ରମରେ କ୍ରିଟିକାଲ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଆନନ୍ଦ ମିଶ୍ର କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଦିଆଯାଉଥିବା ଶିକ୍ଷା ସମାଜରେ ଅନେକ ଜୀବନ ବଂଚାଇବାରେ ସହାୟକ ହେବ । ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା କହିଥିଲେ ରାଜ୍ୟରେ ଏଭଳି ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମ୍ ଅଲ୍ଟିମେଟ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
କୋଲକାତା ଆମେରିକାନ୍ ହାର୍ଟ ଆସୋସିଏସନ୍‌ର ପ୍ରତିନିଧିତ୍ୱ କରୁଥିବା କୋଲକାତା ପିଅରଲେସ୍ ହସ୍ପିଟାଲ୍‌ର ଫ୍ୟାକଲ୍ଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିପିଆର୍ ଅଭ୍ୟାସ ସଂପର୍କିତ ପ୍ରଶିକ୍ଷଣ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking