23.1 C
Bhubaneswar
Saturday, October 19, 2024
Homeଅପରାଧସ୍ତ୍ରୀକୁ ଯୌତୁକ ନିର୍ଯାତନା; ନ୍ୟାୟ ପାଇଁ ଦୁଇ ସନ୍ତାନକୁ ଧରି ସ୍ତ୍ରୀ ଥାନାର ଦ୍ୱାରସ୍ଥ

ସ୍ତ୍ରୀକୁ ଯୌତୁକ ନିର୍ଯାତନା; ନ୍ୟାୟ ପାଇଁ ଦୁଇ ସନ୍ତାନକୁ ଧରି ସ୍ତ୍ରୀ ଥାନାର ଦ୍ୱାରସ୍ଥ

କୋଟଗଡ : ନ୍ୟାୟ ପାଇଁ ଦୁଇ ସନ୍ତାନକୁ ଧରି ଥାନାର ଦ୍ୱାରସ୍ଥ ହେଲେ ୯ ମାସର ଗର୍ଭବତୀ । ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି । ଥାନାରେ ଦ୍ୱାରସ୍ଥ ହୋଇଥିବା ଗର୍ଭବତୀ ମହିଳା ଜଣକ ସାଲକୀ ବୁଡାଗୁଡା ଗ୍ରାମର ପ୍ରିୟଙ୍କା ଉଠାଣ ସିଂ ବୋଲି ଜଣାପଡିଛି । ସ୍ୱାମୀ ଉତ୍ତମ ଉଠାଣ ସିଂ ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଅନ୍ୟ ଏକ ମହିଳାଙ୍କ କଥାରେ ପଡି ମାରଧର କରୁଥିବା ନେଇ ଗତ ମାସରେ କୋଟଗଡ ପୋଷ୍ଟ ଅଫିସ ଜରିଆରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଆଜି ଥାନା ଆଗରେ ଧାରଣା ଦେଇଛନ୍ତି ।

ସ୍ୱାମୀ ଉତ୍ତମ ଉଠାଣ ସିଂ ଜଣେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଏବେ ବି ଧମକ ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗକାରିଣୀ କହିଛନ୍ତି । ଏହି କଥାକୁ କିନ୍ତୁ ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସମ୍ପୂର୍ଣ ଖଣ୍ଡନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି । ଗର୍ଭବତୀ ମହିଳାଙ୍କ ବାରମ୍ବାର ଥାନାର ଦ୍ୱାରସ୍ଥ ପରେ ଆଜି କେଶ ନ ୬୫/୨୩, ଦଫା ୪୯୮(ଏ) ,୩୪୧,୩୨୩,୨୯୪, ୫୦୬, ଆଇପିସି ୪ ଡିପି ଆକ୍ଟ ରେ ପଞ୍ଜିକରଣ ହୋଇଥିବା ତଦନ୍ତ ଅଧିକାରୀ ଲଳିତ ମୋହନ ସାଗର କହିଛନ୍ତି । ଅନ୍ୟପଟେ ଅଭିଯୋଗ ଆଣିଥିବା ମହିଳାଙ୍କର ଅଭିଯୋଗ ଗ୍ରହଣ କରାଯିବା ସହ ତଦନ୍ତ କରାଯିବ ବୋଲି ବାଲିଗୁଡା ଏସଡିପିଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking