32.1 C
Bhubaneswar
Saturday, October 19, 2024
Homeଓଡିଶାଏସିଡ୍ ପିଇ ସ୍ତ୍ରୀ ଗୁରୁତର ଘଟଣାରେ ସ୍ୱାମୀ ଗିରଫ

ଏସିଡ୍ ପିଇ ସ୍ତ୍ରୀ ଗୁରୁତର ଘଟଣାରେ ସ୍ୱାମୀ ଗିରଫ

ବୁଗୁଡ଼ା : ବୁଗୁଡା ଥାନା ଅଞ୍ଚଳର ଜୈନିକା ମହିଳା ଏସିଡ୍ ପିଇ ଗୁରୁତର ହୋଇପଡିଥିବା ବେଳେ ଏହି ଘଟଣାରେ ତାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗୁରୁତର ସ୍ତ୍ରୀ ଜଣକ ପ୍ରିୟଙ୍କା ସାହୁ ଏବଂ ଗିରଫ ସ୍ୱାମୀ ଜଣକ ହେଲେ ମନୋଜ କୁମାର ପାତ୍ର । ଏନେଇ ବୁଗୁଡା ଥାନାରେ କେସ୍ ନଂ ୪୩୩/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବୁଗୁଡା ଥାନାଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ।

ପ୍ରକାଶ ଯେ, ଗତ ମେ ୩୧ ତାରିଖରେ ପାରିବାରିକ ଅଶାନ୍ତିକୁ ନେଇ ସ୍ତ୍ରୀ ପ୍ରିୟଙ୍କା ପାଇଖାନା ସଫେଇରେ ବ୍ୟବହୃତ ଏସିଡ୍ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁଗୁଡା ମେଡିକାଲରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ୱାମୀ ମନୋଜଙ୍କ ବିରୋଧରେ ଗତ ୨୦ ତାରିଖରେ ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗୁରୁତର ପ୍ରିୟଙ୍କା ଏବେ କଟକ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking