32.1 C
Bhubaneswar
Saturday, October 19, 2024
Homeଓଡିଶାଲଭ୍ ଜିହାଦ୍‌ରେ ଝିଅର ମୃତ୍ୟୁ ଘଟଣା: କୋର୍ଟ ତାରିଖରେ ବାପାଙ୍କ ସନ୍ଦେହଜନକ ମୃତ୍ୟୁ

ଲଭ୍ ଜିହାଦ୍‌ରେ ଝିଅର ମୃତ୍ୟୁ ଘଟଣା: କୋର୍ଟ ତାରିଖରେ ବାପାଙ୍କ ସନ୍ଦେହଜନକ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଜଣେ ନାବାଳିକା ଛାତ୍ରୀ ଲଭ୍ ଜିହାଦ୍‌ର ଶିକାର ହୋଇ ନଅମାସ ପୂର୍ବେ ମୁତ୍ୟୁବରଣ କରିଥିବା ବେଳେ ଉକ୍ତ ଘଟଣାରେ ଥାନାରେ ମାମଲା ଚାଲିଥିଲା । ଆଜି ମୃତ ଝିଅର କୋର୍ଟ ତାରିଖରେ ବାପାର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ପଦ୍ମପୁର ଗ୍ରାମର କୁଳମଣି ପ୍ରଧାନ । କୁଳମଣିଙ୍କ ମୃତ୍ୟୁ ସନ୍ଦେହଜନକ ବୋଲି ଜଣାଯାଇଛି । କୁଳମଣି ଏକ ପିଜୁଳିଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହୁଥିବାବେଳେ କୁଳମଣି କାହିଁକି ଓ କିଭଳି ପରିସ୍ଥିତିରେ ମୃତ୍ୟୁବରଣ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଝିଅର ମୃତ୍ୟୁ ଘଟଣାରେ ଆଜି କୋର୍ଟରେ ତାରିଖ ଥିଲା । ହେଲେ କୋର୍ଟ ତାରିଖରେ ହାଜର ହେବା ପୂର୍ବରୁ ବାପା କୁଳମଣିଙ୍କ ମୃତ୍ୟୁ ଘଟିବା ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ଗତବର୍ଷ ଅକ୍ଟୋବର ମାସରେ ନାବାଳିକା ଛାତ୍ରୀ ପଦ୍ମପୁର ଗ୍ରାମର ଇପ୍‌ସିତା ପ୍ରଧାନ ଲଭ୍ ଜିହାଦ୍‌ର ଶିକାର ହୋଇ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ । ଏକତରଫା ପ୍ରେମରୁ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଓ ତା’ର ପରିବାର ଲୋକେ ମିଶି ଇପ୍‌ସିତାକୁ ମାନସିକ ନିର୍ଯାତନା ଦେଉଥିଲେ । ଏ ସମ୍ପର୍କରେ ଇପ୍‌ସିତା ଓ ତା’ର ପରିବାର ଲୋକେ ପୂର୍ବରୁ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ ।

ତେବେ ଇପ୍‌ସିତା କଲେଜ ଯାଉଥିବା ବେଳେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ଜଣଙ୍କ ବାଟରେ ଘାଟରେ ଅଟକାଇ ଗାଳିଗୁଲଜ ସହ ହତ୍ୟା ଧମକ ଦେଇଥିଲା ଓ ଅଶ୍ଲିଳ ଫଟୋ, ଭିଡିଓ ଭାଇରାଲ୍ କରି ଏସିଡ୍ ପକାଇ ପୋଡ଼ିଦେବାକୁ ଧମକ ଦେବାରୁ ଝିଅ ଇପ୍‌ସିତା ଆତ୍ମହତ୍ୟା କରିଥିଲା । ଏ ସମ୍ପର୍କରେ ଝିଅର ମା’ ରଞ୍ଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ନିରାକାରପୁର ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିଲା ।

ଆଜି ଝିଅ ମୃତ୍ୟୁ ଘଟଣାର କୋର୍ଟରେ ତାରିଖ ଥିଲା । ସ୍ଥାନୀୟ ଅଞ୍ଚଳର କେତେକ ନେତା ଓ ଅନ୍ୟାନ୍ୟ ବ୍ୟକ୍ତି କୁଳମଣିଙ୍କୁ ମାମଲା ଉଠାଇବା ପାଇଁ ବାରମ୍ବାର ଚାପ ପକାଇ ଆସୁଥିଲେ । ହେଲେ ସକାଳ ପାହିଲା ବେଳକୁ କୁଳମଣିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୁଲିସ ପ୍ରାଥମିକ ତଦନ୍ତକରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking