32.1 C
Bhubaneswar
Saturday, October 19, 2024
Homeଅପରାଧଚରିତ୍ରକୁ ସନ୍ଦେହକରି ସ୍ତ୍ରୀ ବେକ କାଟିଦେଲା ସ୍ୱାମୀ

ଚରିତ୍ରକୁ ସନ୍ଦେହକରି ସ୍ତ୍ରୀ ବେକ କାଟିଦେଲା ସ୍ୱାମୀ

ସାଲେପୁର: ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ନିଶାସକ୍ତ ଅବସ୍ଥାରେ ସ୍ୱାମୀ ସ୍ତ୍ରୀର ବେକକୁ ଛୁରୀରେ କାଟି ଗୁରୁତର ଆହତ କରିଥିବା ଅଭିଯୋଗରେ ଆଜି ସାଲେପୁର ପୁଲିସ ସ୍ୱାମୀକୁ ଗିରଫ କରିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ସଉରୀ ପଞ୍ଚାୟତ ଗଙ୍ଗାପୁର ଗ୍ରାମର ନାରାୟଣ ଭୋଇ ତାଙ୍କ ସ୍ତ୍ରୀ ରୀନା ଭୋଇଙ୍କ ଚରିତ୍ରକୁ ସନ୍ଦେହ କରିଆସୁଥିଲେ । ଆଜି ମଧ୍ୟାହ୍ଣରେ ସ୍ୱାମୀ ନାରାୟଣ ଉକ୍ତ ଘଟଣାକୁ କେନ୍ଦ୍ରକରି ନିଶାସକ୍ତ ଅବସ୍ଥାରେ ଏକ ଧାରୁଆ ଛୁରୀରେ ସ୍ତ୍ରୀ ରୀନାର ବେକ, ହାତ ଓ ଶରୀରର ବିଭିନ୍ନ ସ୍ଥାନକୁ କାଟି ପକାଇଛି ।

ସ୍ଥାନୀୟ ଲୋକେ ରୀନାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିବାବେଳ ପୁଲିସ ସ୍ୱାମୀ ନାରାୟଣକୁ ଗିରଫ କରିଥିବା ସାଲେପୁର ଥାନା ଆଇ.ଆଇ.ସି. ଗିରିଜା ନନ୍ଦନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking