27.1 C
Bhubaneswar
Saturday, October 19, 2024
Homeଓଡିଶାତାତିରୁ ମିଳିଲା ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ମୌସୁମୀ; ବିଭିନ୍ନ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା

ତାତିରୁ ମିଳିଲା ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ମୌସୁମୀ; ବିଭିନ୍ନ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ନିଆଁ ବର୍ଷା ହେଉଥିବା ବେଳେ ଆଜି ସେଥିରୁ ରାଜ୍ୟବାସୀଙ୍କୁ ତ୍ରିହି ମିଳିଛି । ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟ ଓଡ଼ିଶା ଛୁଇଁଛି । ଫଳରେ ରାଜ୍ୟର ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୪୮ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଅଗ୍ରସର ହେବ । ତେବେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୫ରୁ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଭୁବନେଶ୍ୱରର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ବାୟୁମଣ୍ଡଳର ନିମ୍ନ ଭାଗରେ ଦୃଶ୍ୟମାନ ହେଉଥିବା ବାୟୁର ଚଳାଚଳ ପଶ୍ଚିମ ଦିଗରୁ ପ୍ରବାହିତ ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ଏହାର ପରିମାଣ ବଢିବା ନେଇ ଆକଳନ କରାଯାଇଛି । କିଛି ଜିଲ୍ଲାରେ ହୋଇଥିବା ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁ ମୌସୁମୀ ଅନୁକୂଳ ପାଗ ଦେଖାଦେଇଛି । ଏହା ମୌସୁମୀ ଆଗମନ ପାଇଁ ଅନୁକୂଳ ପାଗ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଉଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୩ତାରିଖ ଶୁକ୍ରବାର ରାଜ୍ୟର ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ପ୍ରଭୃତି ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋବାକୁ ଥିବାବେଳେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୬ ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସେହିପରି ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ପ୍ରଭୃତି ୬ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଜୁନ ମାସରେ ଅତି କମରେ ୧୫୧. ୬ ମିଲିମିଟର ବର୍ଷା ହେବା କଥା । ହେଲେ ଜୁନ ୨୧ ସୁଦ୍ଧା ମାତ୍ର ୩୧.୨ ମିଲିମିଟର ବର୍ଷା ହୋଇଛି । ଯାହା ୭୯.୪ ପ୍ରତିଶତ କମ୍ ରହିଛି ।

ସେହିପରି ଆଜି ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରୁ ରାଜଧାନୀବାସୀଙ୍କୁ ଆଶ୍ୱସ୍ତ ମିଳିଛିି । ତେବେ ଉଭୟ ସକାଳେ କଟକ ଓ ଭୁବନେଶ୍ୱରରେ ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ଅନୁଭୂତ ହୋଇଥିବା ବେଳେ ମଧ୍ୟାହ୍ନରେ ଆକସ୍ମିକ ଭାବେ ପ୍ରାକ୍ ମୌସୁମୀ ବର୍ଷା ହେବା କାରଣରୁ ଉଭୟ ମହାନଗରର ଲୋକେ ଟିକେ ଥଣ୍ଡା ଅନୁଭବ କରିଛନ୍ତି । ଆଜି କଟକ- ଭୁବନେଶ୍ୱରର ଅନେକ ସ୍ଥାନରେ ବର୍ଷା ହୋଇଛି । ଏହି ବର୍ଷାର ପ୍ରଭାବରେ କଟକ- ଭୁବନେଶ୍ୱରର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ଜଣାଯାଇଛି । ବିଶେଷକରି ରାଜଧାନୀର ତଳିଆ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ରାସ୍ତାରେ ବର୍ଷା ଗଳ ଜମି ରହିଥିଲା ।

ପୁରୁଣାଭୁବନେଶ୍ୱର, ଜୟଦେବ ବିହାର, ନୟାପଲ୍ଲୀ ଇସ୍କନ ମନ୍ଦିର ସାମ୍ନା ଅଞ୍ଚଳ, କଳ୍ପନା-ରବି ଟକିଜ୍ ରାସ୍ତା ସମେତ ବିଭିନ୍ନ ବସ୍ତିରେ ପାଣି ଜମି ରହିଥିବା ବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳ ସମେତ କିଛି ସ୍ଥାନରେ ବର୍ଷାପାଣି ଘରେ ପଶିଥିବା ଦେଖିବାକୁ ମିଳିଛି । ତେବେ କିଛି ଘଣ୍ଟା ଧରି ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ରାଜଧାନୀରେ ଜନଜୀବନ ପ୍ରଭାବିତ ହୋଇଥିଲା ।

ପ୍ରାକ୍ ମୌସୁମୀ ବର୍ଷାରେ ରାଜଧାନୀରେ ସର୍ବାଧିକ ୯୨.୬ମିମି ବର୍ଷା ହୋଇଛି । ସେହିପରି ଜଗିସିଂପୁରରେ ୬୪.୩ମିମି, ଅନୁଗୁଳରେ ୩୮ମିମି, କଟକରେ ୧୬.୪ମିମି, ଗୋପାଳପୁରରେ ୩୬ମିମି, ପୁରୀରେ ୭.୬ମିମି, ବାରିପଦାରେ ୨୦.୪ମିମି, କେନ୍ଦୁଝରରେ ୭ମିମି, ତାଳଚେରରେ ୧୨ମିମି, ଦାରିଙ୍ଗବାଡିରେ ୧୪ମିମି, ଛତ୍ରପୁରରେ ୨୦.୪ମିମି, ଭଦ୍ରକରେ ୨୭.୮ମିମି, ଢ଼େଙ୍କାନାଳରେ ୬ମିମି, ଖୋର୍ଦ୍ଧାରେ ୧୧ମିମି, ବ୍ରହ୍ମପୁରରେ ୩୩ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking