31.1 C
Bhubaneswar
Friday, October 18, 2024
Homeଅପରାଧତାଇପେଇ ଓପନ୍ ବ୍ୟାଡ୍‌ମିଣ୍ଟନ୍‌: କ୍ୱାର୍ଟର୍‌ରେ ପ୍ରଣୟ

ତାଇପେଇ ଓପନ୍ ବ୍ୟାଡ୍‌ମିଣ୍ଟନ୍‌: କ୍ୱାର୍ଟର୍‌ରେ ପ୍ରଣୟ

ତାଇପେଇ: ଏଠାକାର ଟିଆନ୍‌-ମୁ ଆରେନା ୟୁନିଭର୍ସିଟି ପରିସରରେ ଚାଲିଥିବା ଚାଇନିଜ୍ ତାଇପେଇ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତର ତାରକା ପୁରୁଷ ସିଙ୍ଗଲ୍ସ ଖେଳାଳି ଏଚ୍‌ଏସ୍ ପ୍ରଣୟ । ସେ ପ୍ରିକ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଇଣ୍ଡୋନେସିଆର ଟୋମି ସୁଗିଆର୍ଟୋଙ୍କୁ ମାତ୍ର ୩୬ ମିନିଟ୍ ସମୟ ନେଇ ୨୧-୯, ୨୧-୧୭ ସିଧାସଳଖ ଗେମ୍‌ରେ ପରାସ୍ତ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । କ୍ୱାର୍ଟର୍‌ରେ ତାଙ୍କର ମୁକାବିଲା ହଂକଂର ପଞ୍ଚମ ସିଡ୍ ଖେଳାଳି ଆଙ୍ଗସ୍ ଏନ୍‌ଜି କା ଲୋଙ୍ଗ୍‌ଙ୍କ ସହ ହେବ ।

ସଂପ୍ରତି ପ୍ରଣୟ ବେଶ୍ ଭଲ ଫର୍ମ ଦେଇ ଗତି କରୁଛନ୍ତି । ଗତ ମାସରେ ସେ ମାଲେସିଆ ମାଷ୍ଟର୍ସ ସୁପର୍ ୩୦୦ ଟାଇଟଲ୍ ଜିତିବା ସହ ଗତ ସପ୍ତାହରେ ଇଣ୍ଡୋନେସିଆ ଓପନ୍ ଟୁର୍ଣ୍ଣାମେଣ୍ଟ୍‌ର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ । ଅବଶ୍ୟ ଏହି ପର୍ଯ୍ୟାୟରେ ବିଶ୍ୱର ଏକ ନମ୍ବର ଖେଳାଳି ଡେନ୍‌ମାର୍କର ଭିକ୍ଟର ଆକ୍ସେଲ୍‌ସନ୍‌ଙ୍କଠାରୁ ପରାସ୍ତ ହୋଇ ସେ ଉକ୍ତ ପ୍ରତିଯୋଗିତାରୁ ବିଦାୟ ନେଇଥିଲେ । ଅନ୍ୟପକ୍ଷରେ ଗୁରୁବାର ଖେଳାଯାଇଥିବା ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ପ୍ରିକ୍ୱାର୍ଟର୍ ମୁକାବିଲାରେ ଭାରତର ପାରୁପାଲୀ କାଶ୍ୟପ ପରାଜୟ ବରଣ କରିଛନ୍ତି । ଗତ ବର୍ଷର ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତା କାଶ୍ୟପ ସ୍ଥାନୀୟ ଖେଳାଳି ସୁ ଲି ୟାଙ୍ଗ୍‌ଙ୍କଠାରୁ ୧୬-୨୧, ୧୭-୨୧ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

ଆହୁରି ମଧ୍ୟ ମିକ୍ସଡ ଡବଲ୍ସ ଇଭେଣ୍ଟ୍‌ର ପ୍ରିକ୍ୱାର୍ଟର୍‌ରେ ଭାରତୀୟ ଯୋଡ଼ି ସିକ୍କି ରେଡ୍ଡୀ-ରୋହନ୍ କପୁର ତାଇପେଇ ଯୋଡ଼ି ଚିଉ ଏଚ୍‌ସିଆଙ୍ଗ୍ ଚିଏହ-ଲିନ୍ ଜିଆଓ ମିନ୍‌ଙ୍କଠାରୁ ୧୩-୨୧, ୧୮-୨୧ରେ ପରାସ୍ତ ହୋଇଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ଭାରତର ତାନ୍ୟା ହେମନ୍ତ ସ୍ଥାନୀୟ ଖେଳାଳି ତଥା ବିଶ୍ୱ ଚାମ୍ପିଅନ୍ ଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ତାଇ ଜୁ-ୟିଙ୍ଗ୍‌ଙ୍କଠାରୁ ୧୧-୨୧, ୬-୨୧ରେ ପରାସ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking