31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଏହି କାରଣ ଯୋଗୁଁ ବର ଓ କନ୍ୟାଙ୍କୁ ଲଗାଯାଇଥାଏ ହଳଦୀ

ଏହି କାରଣ ଯୋଗୁଁ ବର ଓ କନ୍ୟାଙ୍କୁ ଲଗାଯାଇଥାଏ ହଳଦୀ

ନୂଆଦିଲ୍ଲୀ: ବିବାହ କାର୍ଯ୍ୟରେ ଅନେକ ରୀତି ନୀତି ପାଳନ ହୋଇଥାଏ। ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ। ହଳଦୀ ରୀତି ହୋଇନଥିଲେ ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ। ତେବେ କାହିଁକି ବର ଓ କନ୍ୟାଙ୍କୁ ହଳଦୀ ବୋଳି ହେବାକୁ ପଡିଥାଏ ଜାଣନ୍ତୁ ତା’ର କାରଣ –
ପ୍ରାଚୀନ ଯୁଗରେ ବିଉଟି ପାର୍ଲର, ସେଲୋନ କିମ୍ୱା କସମେଟିକ ବିଉଟି ଟ୍ରିଟମେଣ୍ଟର ସୁବିଧା ନଥିଲା। ତେଣୁ ବିବାହ ପୂର୍ବରୁ ବର କନ୍ୟା ସୁନ୍ଦର ଦେଖା ଯିବା ପାଇଁ ହଳଦୀର ବ୍ୟବହାର କରାଯାଉଥିଲା। ହଳଦୀ ଚେହେରାର ସୌନ୍ଦର୍ଯ୍ୟତା ବଢାଏ ଏବଂ ହଳଦୀରେ ଥିବା ଔଷଧିୀୟ ଗୁଣ ମୁହଁରେ ଥିବା ଜୀବାଣୁ ଦୂର କରିଥାଏ। ହଳଦୀ ଲଗାଇଲେ ତ୍ୱଚା ଗ୍ଲୋ କରେ। ଏହି କାରଣ ଯୋଗୁଁ ହଳଦୀ କେବଳ ମୁହଁରେ ନୁହଁ, ଦେହରେ ମଧ୍ୟ ଲଗାଯାଏ। ବିବାହରେ ବର କନ୍ୟା ଅଧିକ ସୁନ୍ଦର ଦେଖାଯିବା ପାଇଁ ହଳଦୀ ଲଗାଇବା ପରମ୍ପରା ରହିଆସିଛି।
ହଳଦୀକୁ ଆଣ୍ଟିସେପ୍ଟିକ ଭାବେ ମଧ୍ୟ ବ୍ୟବହାର କରାଯାଏ। ହଳଦୀ ଲଗାଇଲେ ଚେହେରାରେ ଥିବା ଦାଗ ଦୂର ହୁଏ। ବିବାହ ଦିନ ବର କନ୍ୟା ସୁନ୍ଦର ଦେଖାଯିବା ଆବଶ୍ୟକ । ହଳଦୀ ଶରୀର ଏବଂ ତ୍ବଚାକୁ ଡିଟକ୍ସିକେଟ ମଧ୍ୟ କରେ। ହଳଦୀକୁ ଦେହରେ ଲଗାଇ ସ୍ନାନ କରିବା ଦ୍ବାରା ତ୍ବଚାରେ ଥିବା ମୃତ କୋଷଗୁଡିକ ବାହାରିଯାଏ। ଫଳରେ ତ୍ବାଚାରେ ଚମକ ଆସିଥାଏ ।
ହଳଦୀର ରଂଗ ଭାରତୀୟ ସଭ୍ୟତା ଓ ସଂସ୍କୃତି ଅନୁସାରେ ପବିତ୍ର ଓ ଶୁଭ ବୋଲି ବିବେଚନା କରାଯାଏ । ଯେ କୌଣସି କାର୍ଯ୍ୟର ଆରମ୍ଭରେ ହଳଦୀକୁ ବ୍ୟବହାର କରାଯାଏ । ତେଣୁ ନୂତନ ବୈବାହିକ ଜୀବନର ଶୁଭାରମ୍ଭ ମଧ୍ୟ ହଳଦୀରୁ ଆରମ୍ଭ କରିବା ପରଂପରା ରହିଛି । ନବ ଦମ୍ପତ୍ତିଙ୍କ ପାଇଁ ହଳଦୀଆ ରଂଗ ଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି । ଏହି କାରଣରୁ ବିବାହ ପୂର୍ବରୁ ବର ଓ କନ୍ୟାଙ୍କୁ ହଳଦୀ ଲଗାଯାଏ। ଅନେକ ଜାଗାରେ ହଳଦୀଆ ରଂଗର ପରିଧାନରେ ବାହା ହେବାର ପରମ୍ପରା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking