ଭୁବନେଶ୍ୱର: ଆଜି ଜୁନ୍ ୨୧, ୨୦୨୩ ବୁଧବାରର ସୁନା ଦରରେ ପରିବର୍ତ୍ତନ ହୋଇଛି । ୧୦ ଗ୍ରାମ ସୁନାରେ ପ୍ରାୟ ୧୧୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୫୯,୩୪୦ । ସେହିପରି ଭାବରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ରହିଛି ୫୪,୩୬୦ ଟଙ୍କା ।
ଉଭୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟର ଦର ସାମାନ୍ୟ ବୃଦ୍ଧି ପାଇଥିବା ରିପୋର୍ଟ ଆସିଛି । ତଥାପି ଭିନ୍ନ ଭିନ୍ନ ସହରରେ ଦର ସାମାନ୍ୟ ଅଲଗା ରହିଥିବା ଦେଖିବାକୁ ମିଳିଛି । ତେଣୁ ଗ୍ରାହକମାନେ ସକାଳୁ ସୁନା ଦର ଜାଣିବା ପରେ ସାମାନ୍ୟ ମନ ଉଣା କରିଥିବା ସୂଚନା ରହିଛି ।
ଆପଣଙ୍କୁ ଏହା ମଧ୍ୟ ଜଣାଇବୁ ଚାହୁଁ ଯେ, କେଉଁ ସହରରେ ସୁନା ଦର କେତେ ରହିଛି । ଭାରତର ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୬୦,୧୫୬ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୫୫,୧୫୦ ଟଙ୍କା । କୋଲକାତା ସହରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ଦର ରହିଛି ୬୦ ହଜାର ଟଙ୍କା ।
ସେହିପରି ୨୨ କ୍ୟାରେଟ ସୁନା ପ୍ରତି ଦର ରହିଛି ୫୫ ହଜାର ଟଙ୍କା । ଅନ୍ୟପଟରେ ମୁମ୍ବାଇ ସହରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ଦାମ ହେଉଛି ୬୦ ହଜାର ଟଙ୍କା । ମୁମ୍ୱାଇ ରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ଦାମ ୫୫ ହଜାର ଟଙ୍କା । ଚେନ୍ନାଇରେ ମଧ୍ୟ ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ଦର ରହିଛି ୫୨,୨୮୫ ଟଙ୍କା ।
୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ଦାମ ରହିଛି ୪୭,୯୨୭ ଟଙ୍କା । ରାଜଧାନୀ ଭୁବନେଶ୍ୱରରେ ସୁନା ଦର ଆଜି ସାମାନ୍ୟ କମ ରହିଥିବା ଜଣାପଡିଛି ।୨୪ କ୍ୟାରେଟ ସୁନାର ଦାମ ୬୦ ହଜାର ଟଙ୍କା ଓ ୨୨ କ୍ୟାରେଟ ସୁନାର ଦାମ ୫୫ ହଜାର ଟଙ୍କା ୧୦ ଗ୍ରାମ ପ୍ରତି ରହିଛି । ଦୁବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ରହିଛି ୨୩୪୦.୦୦ ଏଇଡି ୫୨,୨୬୦ ଭାରତୀୟ ମୁଦ୍ରା । ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ରହିଛି ୨୧୬୭.୦୦ ଏଇଡି ୪୮,୩୯୪ ଭାରତୀୟ ଟଙ୍କା ।