ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଡାଇରେକ୍ଟର ସ୍ୱାମୀନାଥନ୍ ଜାନକୀରମଣଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ନୂଆ ଟେପୁଟି ଗଭର୍ଣ୍ଣର୍ ନିଯୁକ୍ତ କରାଯାଇଛି । ସେ ତିନିବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଆର୍ବିଆଇରେ ଜାନକୀରମଣ ମେ’ ୨୧ରେ ଅବସରଗ୍ରହଣ କରିବାକୁ ଥିବା ଜେକେ ଜୈନ୍ଙ୍କ ସ୍ଥାନ ନେବେ ।
ଏହି ପଦ ପାଇଁ ଜୁନ୍ ଏକ ତାରିଖରେ କେନ୍ଦ୍ର ସରକାରଙ୍କ ଏକ କମିଟି ପକ୍ଷରୁ କେତେକ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ । ଏହି କମିଟିରେ ଆର୍ବିଆଇ ଗର୍ଭଣ୍ଣର୍ ଶକ୍ତିକାନ୍ତ ଦାସ, କ୍ୟାବିନେଟ୍ ସେକ୍ରେଟାରୀ, ଫାଇନାନ୍ସିଆଲ୍ ସର୍ଭିସେସ୍ ସେକ୍ରେଟାରୀ ଏବଂ ଚିଫ୍ ଇକୋନୋମିକ୍ ଆଡ୍ଭାଇଜର୍ ସଦସ୍ୟ ଥିଲେ ।
ଆର୍ବିଆଇରେ ଜାନକୀରମଣଙ୍କୁ ଡିପାର୍ଟମେଣ୍ଟ୍ ଅଫ୍ ସୁପର୍ଭିଜନ୍ ଆଣ୍ଡ୍ ଫାଇନାନ୍ସିଆଲ୍ ଇନ୍କ୍ଲୁଜନ୍ ଆଣ୍ଡ୍ ଡେଭେଲପ୍ମେଣ୍ଟ୍ ଦାୟିତ୍ୱ ମିଳିପାରେ । ଏହା ବ୍ୟତୀତ ତାଙ୍କର କେତେକ ଅନ୍ୟ ଦାୟିତ୍ୱ ମଧ୍ୟ ରହିବ । ଏହି ଦାୟିତ୍ୱ ବର୍ତ୍ତମାନ ପର୍ଯ୍ୟନ୍ତ ଜୈନ୍ଙ୍କ ପାଖରେ ଥିଲା ।