26.1 C
Bhubaneswar
Friday, September 20, 2024
Homeଅପରାଧଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଛୁରିଭୁଷି ହତ୍ୟା

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଛୁରିଭୁଷି ହତ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ସାଉଥ୍ କ୍ୟାମ୍ପସ୍‌ସ୍ଥିତ ଗେଟ୍ ବାହାରେ ରବିବାର ଅପରାହ୍ଣରେ ଛୁରିଭୁଷି ହତ୍ୟା କରାଯାଇଛି । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସର ପ୍ରାଥମିକ ତଦନ୍ତରୁ ମୃତ ଛାତ୍ର ନିଖିଳ ଚୌହାନ ପଶ୍ଚିମ ବିହାରର ନିବାସୀ ବୋଲି ଜଣାପଡ଼ିଛି ।

ପୁଲିସ ଅନୁସାରେ ପଲିଟିକାଲ୍ ସାଇନ୍ସ ସ୍କୁଲ୍ ଅଫ୍ ଓପନ୍ ଲର୍ନିଂର ବିଏ ପ୍ରଥମ ବର୍ଷର ଛାତ୍ର ଥିଲେ । ସାତଦିନ ତଳେ ଜଣେ ଛାତ୍ର ତାଙ୍କ ପ୍ରେମିକଙ୍କ ସହିତ ଦୁର୍ବ୍ୟବହାର କରିଥିଲା । ରବିବାର ଅପରାହ୍ଣ ସାଢ଼େ ବାରଟା ବେଳେ ଅଭିଯୁକ୍ତ ନିଜର ତିନିଜଣ ସାଥୀଙ୍କ ସହିତ କଲେଜ ଗେଟ୍ ବାହାରେ ନିଖିଲଙ୍କ ଛାତିରେ ଛୁରି ଭୁଷିଦେଇଥିଲା । ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିବା ବେଳେ ଅଧିକ ତଦନ୍ତ ଚଳାଇଛି । ନିଖିଲ ପଢ଼ିବା ସହିତ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking