34.1 C
Bhubaneswar
Friday, September 20, 2024
Homeଓଡିଶାଏଥର ବର୍ଷାରେ ଭିଜିବ ପୁରୀ ରଥଯାତ୍ରା

ଏଥର ବର୍ଷାରେ ଭିଜିବ ପୁରୀ ରଥଯାତ୍ରା

ପୁରୀ : ରଥଯାତ୍ରା ସମୟରେ ପୁରୀରେ ହୋଇପାରେ ବର୍ଷା । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । କହିଲେ, ମୌସୁମୀ ଓଡିଶା ଆସିବା ପାଇଁ ପାଗ ଅନୁକୂଳ ରହିଛି । ରଥଯାତ୍ରାରେ ଆକାଶ ମେଘୁଆ ରହିବା ସହ ଗୁଳୁଗୁଳି କମିଯିବ । ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେବ । ରାଜ୍ୟରେ ଗ୍ରୀଷ୍ମପ୍ରବାହ କମିଯିବ କିନ୍ତୁ ଉପକୂଳରେ ଗରମ କମିଯିବ । ଏଲନିନୋର ପ୍ରଭାବ ଓଡିଶା ଉପରେ ପଡିନଥାଏ । ତେଣୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ।
ରାତି ପାହିଲେ ରଥ ଯାତ୍ରା । ଗରମ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡିଥିବା ବେଳେ ଏବେ ପାଣିପାଗ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରଥଯାତ୍ରାରେ ଗରମ ଗୁୂଳୁଗୁଳିର ମାତ୍ରା କିଛିଟା କମିବ । ଯାତ୍ରା ସମୟରେ ଖସିବ ତାତି । ଦିନକରେ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବ । ୨୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିଭଳି ୨୨ରେ କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି । ତେବେ ରଥ ଯାତ୍ରାରେ ତାତିରୁ ମିଳିବ ତ୍ରାହି ସେହିଭଳି ଗତକାଲି ସଂଧ୍ୟାରେ ଘଡଘଡି ସହ ବର୍ଷା ହୋଇଛି । ଗରମ ଗୁଳୁଗୁଳିରେ ଜୀବନ ଅତିଷ୍ଠ ହୋଇପଡିଥିବା ବେଳେ ଏବେ ବର୍ଷାରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking