ଭୁବନେଶ୍ୱର:ଆଷାଢରେ ନିଆଁ ବର୍ଷା । ମୌସୁମୀ ଆସିବାକୁ ତଥାପି ଡେରି ଅଛି । ପ୍ରାକ ମୌସୁମୀ ବର୍ଷା ବି ନାହିଁ । ଅନ୍ୟପକ୍ଷେ ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି ।
ରାଜ୍ୟରେ ଆହୁରି ୩ଦିନ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଗତକାଲି ତୁଳନାରେ ଆଜି ରାଜଧାନୀରେ ତାପମାତ୍ରା କମିବାର ସମ୍ଭାବନା ରହିଛି । ପବନ ବି ବହିବ ବୋଲି ଆଞ୍ଚଳି ପାଣିପାଗ ବିଭାଗ ସୂଚନା ଦେଇଛି ।
ଶନିବାର ସୋନପୁର ରାଜ୍ୟରେ ସବୁଠୁ ଉତ୍ତପ୍ତ ଥିଲା । ସୋନପୁରରେ ତାପମାତ୍ରା ୪୫.୭ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗୁଳୁୁଗୁଳି ବି ଅସହ୍ୟ ହେଉଥିଲା । ଆଜି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରରେ ୩୩.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଦ୍ରତା ୭୬% ଥିବା ରେକର୍ଡ ହୋଇଛି । ତେଣୁ ସକାଳୁ ସକାଳୁ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜଧାନୀବାସୀ ।