ଗ୍ୟାଙ୍ଗ୍ଟକ୍ : ଉତ୍ତର ସିକ୍କିମ୍ର ଚୁଙ୍ଗ୍ଥାଙ୍ଗ୍ରେ ଭୂସ୍ଖଳନ ଏବଂ ବର୍ଷା କାରଣରୁ ରାସ୍ତା ବୋହିଯିବା ଫଳରେ ଫସିରହିଥିବା ୩,୫୦୦ ପର୍ଯ୍ୟଟକଙ୍କ ସେନା ଉଦ୍ଧାର କରିଛି । ଏହା ମଧ୍ୟରେ କେତେକ କଲେଜ ଛାତ୍ର ମଧ୍ୟ ସାମିଲ । ଶୁକ୍ରବାର ଲାଚେନ୍, ଲାଞ୍ଚୁଗ୍ ଓ ଚୁଙ୍ଗ୍ଥାଙ୍ଗ୍ ଘାଟିରେ ପ୍ରବଳ ହେବାକରୁ ଭୂସ୍ଖଳନ ଘଟି ରାସ୍ତା ବୋହିଯାଇଥିଲା ।
ବର୍ଷା ଓ ଖରାପ ପାଗ ସତ୍ତ୍ୱେ ପର୍ଯ୍ୟଟକଙ୍କୁ ବଞ୍ଚାଇବା ନିମନ୍ତେ ତ୍ରିଶକ୍ତି କୋର୍, ଭାରତୀୟ ସେନା ଓ ସୀମା ସଡ଼କ ସଂଗଠନ (ବିଆର୍ଓ) ଯବାନମାନେ ରାତିସାରା ପରିଶ୍ରମ କରି ରାସ୍ତା ବୋହିଯାଇଥିବା ସ୍ଥାନରେ ଏକ ଅସ୍ଥାୟୀ କ୍ରସିଂ ନିର୍ମାଣ କରିଥିଲେ । ଯବାନମାନେ ଏହା ଉପରେ ପର୍ଯ୍ୟଟକଙ୍କୁ ନଦୀ ପାର୍ କରାଇଥିଲେ । ସେମାନଙ୍କୁ ଗରମ ଖାଦ୍ୟ, ତମ୍ବୁ ଓ ଡାକ୍ତରୀ ସହାୟତା ପ୍ରଦାନ କରିଛନ୍ତି ।