କାମ୍ପାଲା : ଉଗାଣ୍ଡାର ଏକ ସ୍କୁଲ୍ ଉପରେ ଆଇଏସ୍ଆଇଏସ୍ ସହିତ ଜଡ଼ିତ ଏଡିଏଫ୍ ଆତଙ୍କବାଦୀମାନେ ଶୁକ୍ରବାର ରାତିରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ବିବିସି ରିପୋର୍ଟରେ କୁହାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର । ଆକ୍ରମଣ ପରେ ଆତଙ୍କୀମାନେ ସ୍କୁଲ୍ର ଡର୍ମିଟୋରୀରେ ନିଆଁ ଲଗାଇଦେବା ସହିତ ଫୁଡ୍ ଷ୍ଟୋର୍ ଲୁଟିନେଇଥିଲେ ।
ଉଗାଣ୍ଡାରେ ଗତ ୨୫ ବର୍ଷ ମଧ୍ୟରେ କୌଣସି ସ୍କୁଲ୍ରେ ହୋଇଥିବା ଏହା ସବୁଠୁ ବଡ଼ ଆକ୍ରମଣ । ମପୋଣ୍ଡ୍ୱେର ଲୁବିରିରା ସେକେଣ୍ଡାରୀ ସ୍କୁଲ୍ ଉପରେ ଏହି ଆକ୍ରମଣ ଏହି ଆକ୍ରମଣ ଉଗାଣ୍ଡାର ଆଲାଏଡ୍ ଡେମୋକ୍ରାଟିକ୍ ଫୋସେର୍ସ (ଏଡିଏଫ୍) କରିଛି । ଏହା ବ୍ୟତୀତ ଆତଙ୍କୀମାନେ ୬ ଜଣ ଲୋକଙ୍କୁ ଅପହରଣ ମଧ୍ୟ କରିନେଇଛନ୍ତି ।
ଉଗାଣ୍ଡା ଓ କଙ୍ଗୋ ସୀମାରେ ଥିବା ଏହି ସ୍କୁଲ୍ ଉପରେ ଆକ୍ରମଣରେ ୨୦ରୁ ୨୫ ଆତଙ୍କୀ ସାମିଲ ଥିଲେ । ସେମାନେ ଆକ୍ରମଣ ପରେ ଉଗାଣ୍ଡା ପଳାଇଥିଲେ । ସେଠାକାର ବରୁଙ୍ଗା ନାସ୍ନାଲ୍ ପାର୍କରେ ଲୁଚିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।