28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’ : ୨ ମୃତ, ୨୨ ଆହତ

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’ : ୨ ମୃତ, ୨୨ ଆହତ

ଅହମଦାବାଦ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁଛି। ପ୍ରାୟ ୫ ଘଣ୍ଟା ଧରି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ରହିଥିଲା। ଏହି ସମୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ଧାରଣ କରିଥିଲା। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଜଗୌ ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁଛି।

ସ୍ଥଳଭାଗ ଛୁଇଁବା ସମୟରେ ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ରହିଥିଲା। ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖାଯାଇଛି। ଭୁଜ୍ ଓ ଦ୍ୱାରକା ସମେତ ୯୪୦ ଗାଁରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking