27.1 C
Bhubaneswar
Sunday, September 29, 2024
Homeଅପରାଧତଣ୍ଟି ଚିପି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ତଣ୍ଟି ଚିପି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଫରିଦାବାଦ: ଫୋନ୍‌ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ କଥା କହୁଥିବା କାରଣରୁ ହରିୟାଣାର ଫରିଦାବାଦସ୍ଥିତ ଏକ ହୋଟେଲ୍‌ରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ତଣ୍ଟିଚିପି ହତ୍ୟା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ମଙ୍ଗଳବାର ଦିନ ‘ହୋଟେଲ୍‌ ଲାଇମ୍‌ଷ୍ଟୋନ୍‌’ରେ ଘଟିଥିବା ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେକ୍ଟର୍‌ ୩୧ ଥାନାର ‘ଷ୍ଟେସନ୍‌ ହାଉସ୍‌ ଅଫିସର୍‌’ (ଏସ୍‌ଏଚ୍‌ଓ) ବୀରେନ୍ଦ୍ର ସିଂହ କହିଛନ୍ତି, ‘ଏନ୍‌ଏଚ୍‌ପିସି’ ଚୌକ୍‌ ଅଞ୍ଚଳର ଗୋଟାଏ ‘ଓୟୋ’ ରୁମ୍‌ରେ ଜଣେ ଯୁବତୀଙ୍କ ରହସ୍ୟମୟ ମୃତ୍ୟୁ ବିଷୟରେ ତାଙ୍କୁ ସୂଚନା ମିଳିଥିଲା।

ତେଣୁ,ସେ ଓ ତାଙ୍କ ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ହୋଟେଲ୍‌ ରୁମ୍‌ରେ ଉକ୍ତ ଯୁବତୀଙ୍କ ଶବ ଦେଖିଥିଲେ। ଶବ ପାଖରେ ଥିଲେ ବେକରେ କ୍ଷତ ହୋଇଥିବା ଜଣେ ୨୪ ବର୍ଷିୟ ବ୍ୟକ୍ତି। ସେ ଆହତ ବ୍ୟକ୍ତିଙ୍କୁ ହାଜତକୁ ନେଇ ପୁଲିସ ଡାକ୍ତରୀ ପରୀକ୍ଷା ଏବଂ ପ୍ରାଥମିକ ଚିକିତ୍ସା ନିମନ୍ତେ ଫରିଦାବାଦସ୍ଥିତ ବାଦଶାହ ଖାଁ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking