29.1 C
Bhubaneswar
Friday, October 18, 2024
Homeଓଡିଶାରଥଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ୧୬୦ପ୍ଲାଟୁନ୍ ଫୋର୍ସ : ଡିଜି

ରଥଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ୧୬୦ପ୍ଲାଟୁନ୍ ଫୋର୍ସ : ଡିଜି

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷାକୁ ନେଇ ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷା ସଂପର୍କରେ ବିଶେଷ ଭାବେ ସମୀକ୍ଷା କରାଯାଇଥିଲା । ଶ୍ରୀମନ୍ଦିରଭିତର, ଶ୍ରୀମନ୍ଦିର ଚାରିପଟ, ବଡଦାଣ୍ଡ, ସହରର ପ୍ରବେଶ ପଥରେ କଡା ସୁରକ୍ଷା ବ୍ୟବସ୍ଥା ନିଆଯିବା ସହ ଅଧିକ ପୁଲିସ ନିୟୋଜିତ ହେବେ ବୋଲି ଶ୍ରୀ ବଂଶଲ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସେ ଆହୁରୀ ମଧ୍ୟ କହିଥିଲେ ଯେ, ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୧୫ରୁ ୨୦ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇଛି । ସେଥିଲାଗି ପ୍ରତ୍ୟେକ ଦିନ ପୁଲିସ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉଛି ।ଭକ୍ତମାନେକିପରିସୁରୁଖୁରୁରେଦର୍ଶନ କରି ଭଲ ମନରେ ଫେରିବେ ସେଥିପ୍ରତି ପୁଲିସ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ରଥଟାଣିବା ସମୟରେ ଅଧିକ ଗହଳିକୁନିୟନ୍ତ୍ରିତକରିବାପାଇଁପୁଲିସ ସ୍ୱତନ୍ତ୍ର ବ୍ୟବସ୍ଥାବଳୀପାଳନକରିବ । ରଥଟଣା ହେବା ସମୟରେ ଭକ୍ତ ଯେପରି କର୍ଡନ ଭିତରକୁ ପଶି ନପାରନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ପୁଲିସ କର୍ଡନ କରାଯିବ ।

ଜନଗହଳି ପୂର୍ଣ୍ଣ ରେଳଷ୍ଟେସନଆଳରେ ଲକ୍ଷାଧିକ ଭକ୍ତ ବିଶ୍ରାମସ୍ଥଳୀରେ ରହିବା ଓ ବଡଦାଣ୍ଡରେ ପ୍ରବେଶ କରିବା ସମୟରେ ପୁଲିସ ଅଧିକ ଯତ୍ନବାନ ହୋଇ ସେମାନଙ୍କ ସୁରକ୍ଷା ଦେବାପାଇଁ ଡିଜିପି ପରାମର୍ଶ ଦେଇଥିଲେ । ତାଳବଣିଆ ଓ ଶରଧାବାଲି ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ ଆଉଟପୋଷ୍ଟ ଖୋଲାଯାଇ ନିୟନ୍ତ୍ରିତ କରାଯିବ । ସନ୍ଦେହପୂର୍ଣ୍ଣ ଓ ଚାଲିଚଳନରେ ଅସଙ୍ଗତି ଦେଖାଦେଲେ ସନ୍ଦେହରେ ସେହି ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବ ।

ସ୍କାନର ସାହାର୍ଯ୍ୟରେ ବ୍ୟାଗ,ଗଣ୍ଠିଲି ଓ ଆଟାଜଗୁଡିକ ଯାଞ୍ଚବ୍ୟବସ୍ଥା କରାଯିବ ।ମଙ୍ଗଳାଘାଟଛକ,ହରେକୃଷ୍ଣପୁର ଛକ, ଅଠରନଳା,ବାଲିଘାଟ,ନୂଆନଈଠାରେସହରକୁପ୍ରବେଶକରୁଥିବାଗାଡିଗୁଡିକତୀକ୍ଷ୍ଣନଜରରେ ରଖାଯିବ  ବିଭିନ୍ନସ୍ଥାନରେଲଗାଯାଇଥିବା ସିସିଟିଭି ଏବଂକଂଟ୍ରୋଲରୁମ ଟାଉନଥାନାରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ସମୁଦ୍ରକୂଳେଲାଇଫଗାର୍ଡଙ୍କ ସମେତ ଅଧିକ ହୋମଗାର୍ଡ ଓ ପୁଲିସ ନିୟୋଜିତ ହୋଇ ସମୁଦ୍ରକୂଳର ସୁରକ୍ଷା ଦାୟିତ୍ୱ ନେବେ । ରଥଯାତ୍ରା ପାଇଁ ଏସପି ର‌୍ୟାଙ୍କର ଅଫିସର ନିଯୁକ୍ତି ଦିଆଯିବ ।

ଏଥିସହ ଅତିରିକ୍ତଏସପି,ଡିଏସପି, ଇନ୍ସପେକ୍ଟର,ଟ୍ରାଫିକ୍ ହାବିଲଦାର, ଟ୍ରାଫିକ୍ କନଷ୍ଟେବଳ, ଆର୍ମି ଫୋର୍ସ, ର‌୍ୟାପିଡଆକ୍ସନଫୋର୍ସ,ଆଣ୍ଟିଟେରରିଷ୍ଟ ସ୍କ୍ୱାର୍ଡ, ଓଡ୍ରାଫ ଟିମ୍‌, ହୋମଗାର୍ଡ ରଥଯାତ୍ରା ସମୟରେ ବିଭିନ୍ନ ଦାୟିତ୍ୱରେନିୟୋଜିତହେବେବୋଲିପୁଲିସମହାନିର୍ଦ୍ଦେଶକ ଶ୍ରୀ ବଂଶଲସ୍ପଷ୍ଟ କରିଛନ୍ତି ।ତତ୍‌ସହିତ ରଥଯାତ୍ରାଠାରୁସୁନାବେଶପର୍ଯ୍ୟନ୍ତ ସୁରକ୍ଷା ଲାଗି ୧୬୦ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ।

ଏହି ସମୀକ୍ଷାବୈଠକରେଗୁଇନ୍ଦାନିର୍ଦ୍ଦେଶକସଂଜୀବପଣ୍ଡା,ଅତିରିକ୍ତଡିଜିରାଧାକୃଷ୍ନଶର୍ମା,ଏଡିଜିସଞ୍ଜୟ କୁମା ର,ଦୟାଲଗଙ୍ଗାୱାର,ଅମିତାଭ ଠାକୁର,ଅମିତେନ୍ଦ୍ର ନାଥ ସିହ୍ନା,ଆଇଜି ଆଶିଷ କୁମାର ସିଂ,ଅଖିଳେଶ୍ୱର ସିଂ,ଏସ୍‌ପି କନୱାର ବିଶାଲ ସିଂଙ୍କ ସମେତ ଅନ୍ୟ ବରିଷ୍ଠଅଧିକ କାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking