28.1 C
Bhubaneswar
Friday, October 18, 2024
Homeଓଡିଶାଶ୍ରୀମନ୍ଦିରରେ ପହଞ୍ଚିଲା ଦଶମୂଳ; ଆଜି ଲାଗି ହେବେ ଦାରୁଦିଅଁ

ଶ୍ରୀମନ୍ଦିରରେ ପହଞ୍ଚିଲା ଦଶମୂଳ; ଆଜି ଲାଗି ହେବେ ଦାରୁଦିଅଁ

ପୁରୀ : ବୁଧବାର ମହାପ୍ରଭୁ ଲାଗି ହେବେ ଦଶମୂଳ । ଜ୍ୱରରେ ପୀଡିତ ମହାପ୍ରଭୁ ଏହି ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି । ମଙ୍ଗଳବାର ଅପରାହ୍ନରେ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେଦାଖଲକରିଛନ୍ତି ।ବୈଦ୍ୟସେବକକୁହନ୍ତି,ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ ।

ଏକମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁପଡିଥାଏ ।ସ୍ନାନପୂଣ୍ମିମାପରେଦଶମୂଳଯଥାଗମ୍ଭାରୀ,ଫଣଫଣା,ଶାଳପନ୍ଥି,କୁଷିପନ୍ଥି ଅଗବୁଥ,ଲବିଂ କୋଳି, ବେଲ, ଅଙ୍କରାନ୍ତି,ଗୋଖରାଏବଂନବାଙ୍କୁରାକୁଶୁଖାଯାଇଥାଏ । ଏହାକୁ ହେମଦସ୍ତାରେ କୁଟାଯାଇଗୁଣ୍ଡ କରାଯାଏ ।ଏହିଗୁଣ୍ଡକୁ ଗା ମୁଛାରେ ଛଣାଯାଏ ।

ନୂତନ କାଠ ଚୁଲିରେ କଡେଇ ବସାଯାଇ ଖୁଆ,ସର୍କରା,ସର,ମହୁ,ଘିଅ,ଅଳ୍ପ ଭାଙ୍ଗ ଇତ୍ୟାଦି ପକା ଯାଇ ଦଶମୂଳକୁପାଗ କରାଯାଏ । ପାଗପରେତାହାକୁଥଣ୍ଡାକରିଗୋଲାକାରମୋଦକପ୍ରସ୍ତୁତ ହୁଏ । ୩ଟି କୁଡୁଆରେ ଦଶମୂଳ ମୋଦକକୁରଖିଏହା ଉପରେକର୍ପୁରପକାଇ ତାଳପତ୍ରଭୋଗେଇରେ ପ୍ୟାକିଂ କରାଯାଏ । ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲକରାଯାଏ । ଏଥିପାଇଁ ୧୦ ଦିନ ଶୁଦ୍ଧପୁତ ଭାବେ ରହି ଅରୁଆ ଖାଇବାକୁ ପଡିଥାଏ ବୋଲିସେକହିଛନ୍ତି । ମହାପ୍ରଭୁଙ୍କଏହିବୈଦ୍ୟସେବା କେତେଜଣ ମିଳିତ ଭାବେ କରିଥାନ୍ତି । ଯୁବଦଇତାପତ ିସେବାୟତ କୀର୍ତ୍ତିପ୍ରକାଶ ଦାସ ମହାପାତ୍ର କହିଛନ୍ତି ଯେ,ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି ।

ପ୍ରତିବର୍ଷର୍ ଦେବସ୍ନାନ ପୂଣ୍ମିମାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାବିଗ୍ରହ ୧୦୮ ଗଡୁଜଳରେସ୍ନାନକରି ଜ୍ୱରରେପୀଡିତ ହୁଅନ୍ତି । ଏହା ପରଠାରୁ ଆଷାଢକୁଷ୍ନଦଶମୀ ଯାଏମହାପ୍ରଭୁ ଧଳାବସ୍ତ୍ର ପରିଧାନ କରିଥାନ୍ତି ।ଠାକୁରଙ୍କୁଧଳାଫୁଲଲାଗିହୋଇଥାଏ । ଆଷାଢ କୁଷ୍ନଏକାଦଶୀରେ ମହାପ୍ରଭୁ ବାର ଲାଗିପାଟପରିଧାନ କରିବେ ଏବଂ ଶ୍ରୀବିଗ୍ରହଙ୍କୁ ତୁଳସୀ ଲାଗି ହେବ । ଏହାପରେ ଜ୍ୱରରୁ ଉପଶମ ଲାଗି ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯାଏ ।

ଆଜି ତୁଳସୀଲାଗିହେବେ:ବୁଧବାର ଖଳିଲାଗି ଏକାଦଶୀତିଥିରେ ଅଣସର ଗୁହରେ ପ୍ରଥମ ତୁଳସୀ ଲାଗି ହେବେ ଶ୍ରୀବିଗ୍ରହ । ଅଣସର ଗୁହରେ ଥିବାରୁ ମହାପ୍ରଭୁଙ୍କ ନିକଟରେ ଖଣ୍ଡୁଆ,ରଙ୍ଗିନ୍ ପୁଷ୍ପ ଏବଂ ତୁଳସୀ ଲାଗି ହେଉନାହିଁ । କେବଳ ଧଳା ବସ୍ତ୍ର ଓଧଳାପୁଷ୍ପଲାଗି ହେଉଛି ।ଖଳିଲାଗି ଏକାଦଶୀରେ ସର୍ବାଙ୍ଗ ବଢିବା ପରେ ଅଣସର ଗୁହରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଖଣ୍ଢୁଆ,ରଙ୍ଗିନ୍ ସୁଗନ୍ଧିତପୁଷ୍ପ ଏବଂ ତୁଳସୀ ଲାଗି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking