27.1 C
Bhubaneswar
Sunday, September 29, 2024
Homeଓଡିଶାରେଳ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରେଳ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲୁଗାଁ : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୋଲରି ରେଳ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣଙ୍କ ହେଉଛନ୍ତି ବାଣପୁର ଅଞ୍ଚଳର ଗଗନ ଆଚାର୍ଯ୍ୟଙ୍କ ପୁଅ ଅସିତ ଆଚାର୍ଯ୍ୟ (୨୦ ବର୍ଷ)। ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ମେଡିକାଲ ପଠାଇଛି। ଟ୍ରେନରୁ ଖସି ପଡ଼ିଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଜିଆରପି ଏଏସଆଇ ପରୀକ୍ଷିତ ନାୟକ ସୂଚନା ଦେଇଛନ୍ତି।

ଏନେଇ ଜିଆରପି କେସ ନମ୍ବର ୨୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ଅସିତ ଦିଲ୍ଲୀରେ ଚାକିରୀ କରୁଥିବାର ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଗଗନ ଆଚାର୍ଯ୍ୟଙ୍କର ତିନି ପୁଅ ମଧ୍ୟରୁ ଅସିତ ହେଉଛନ୍ତି ମଝିଆଁ ପୁଅ। ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କର ବଡ ପୁଅ କଟକ ବଡ ମେଡିକାଲରେ ଡାକ୍ତରୀ ପାଠ ପଢୁଥିବା ବେଳେ ସାନ ପୁଅ ରେଭେନ୍ସା କଲେଜରେ ଅଧ୍ୟୟନ କରୁଛନ୍ତି। ଅସିତ କିଟ୍ ବିଶ୍ୱବିଦ୍ୟାଳୟରେ ଡିପ୍ଲୋମା ପାଠ ସାରି ଦିଲ୍ଲୀରେ ଚାକିରୀ କରିଥିଲେ। ସେ ଉଚ୍ଚ ଶିକ୍ଷା (ଡିଗ୍ରୀ) କରିବା ଲକ୍ଷ୍ୟରେ ଆଡମିସନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଯାଉଥିଲେ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking